ନୂଆଦିଲ୍ଲୀ: ଶନିବାର ଦିନ କାରାଦଣ୍ଡ ଭୋଗୁଥିବା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥବା ପ୍ରତିଶ୍ରୁତିର ଭିଡିଓକୁ ଡବ୍ସ୍ମାସ୍ କରି ଟୁଇଟ୍ କରିଛନ୍ତି।
୧୭ ସେକେଣ୍ଡ୍ର ଏଇ ଭିଡିଓରେ ଧୂସର ଜାମା ପରିହିତ ଲାଲୁ ୨୦୧୪ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନ୍ ସ୍ଲୋଗାନ୍ ସହ ପାଟି ମିଶାଉଥିବା ଦେଖାଯାଉଛି।
मुफ़्त में ले लो 15 लाख, अच्छे दिन और जुमला। pic.twitter.com/2Pfhg2QemK
— Lalu Prasad Yadav (@laluprasadrjd) April 13, 2019
ହିନ୍ଦୁସ୍ତାନ୍ କେ ଏକ୍ ଏକ୍ ଗରୀବ୍ ଆଦ୍ମି କୋ ମୁଫ୍ତ୍ ମେଁ ୧୫-୨୦ ଲାଖ୍ ରୁପୟେ ମିଲ୍ ହି ଯାଏଙ୍ଗେ। ଅର୍ଥାତ୍ ଭାରତର ପ୍ରତି ଗରିବ ଲୋକ ମାଗଣାରେ ୧୫-୨୦ ଲକ୍ଷ ଟଙ୍କା ମିଳିବ। ଭିଡିଓରେ ଲାଲୁ ପାଟି ମିଳାଉଥିବା ବେଳେ ରେକର୍ଡିଙ୍ଗ୍ରେ ପ୍ରଧାନମନ୍ତ୍ରୀ ମୋଦି ଏ କଥା କହୁଥିବାର ଶୁଣାଯାଉଛି।
ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ୨୦୧୪ର ସ୍ଲୋଗାନ୍ ’ଅଚ୍ଛେ ଦିନ୍’ ଏବଂ ତାଙ୍କର ପ୍ରସିଦ୍ଧ ‘ଭାଇଓ ଔର୍ ବେହେନୋ’ ରହିଛି। ଡବ୍ସ୍ମାସ୍ ଭିଡିଓର ନାଁ: ମୁଫ୍ତ୍ ମେଁ ଲେଲୋ ୧୫ ଲକ୍ଷ, ଅଛେ ଦିନ୍ ଔର୍ ଜୁମ୍ଲା।
କେବେ ଓ କେଉଁଠି ଏହି ଡସ୍ସ୍ମାସ୍ ଭିଡିଓ ସୁଟିଙ୍ଗ୍ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଶନିବାର ଦିନ ଏଇଟି ଲାଲୁଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଅପ୍ଲୋଡ୍ ହୋଇଛି।