ବିଜେପିରେ ଯୋଗ ଦେଲେ ପୂର୍ବତନ ଟିଏମ୍‌ସି ନେତା ମୁକୁଲ ରୟ

 

କୋଲକାତା: ପୂର୍ବତନ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମୁକୁଲ ରୟ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଦଳୀୟ ସାଧାରଣ ସଚିବ କୈଳାଶ ବିଜୟଭର୍ଗିଆଙ୍କ ଉପସ୍ଥିତିରେ ମୁକୁଲ ରାୟ ବିଜେପିରେ ଯୋଗ ଦେଇଛନ୍ତି। ରୟଙ୍କ ଦଳ ପରିବର୍ତ୍ତନ ନେଇ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିି ଯେ ‘ବିଜେପି ବିନା ନିକଟ ଭବିଷ୍ୟତରେ ଟିଏମ୍‌ସି ତିଷ୍ଟି ରହିପାରିବ ନାହିଁ।’ ଏଠାରେ ଜଣାଇ ଦେଉଛୁ କି , ରୟ ଏକଦା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକାନ୍ତ ଅନୁଗତ ଥିଲେ।

ଶ୍ରୀ ରୟ ଆହୁରି ବି କହିଛନ୍ତି ଯେ ‘ଭାଜପା ଏକ ସାଂପ୍ରଦାୟିକ ଦଳ ନୁହେଁ, ଏହା ଏକ ଧର୍ମନିରପେକ୍ଷ ଦଳ।’

ଏ ସଂପର୍କରେ ରବି ଶଙ୍କର ପ୍ରସାଦ କହନ୍ତି, ‘ ରୟଙ୍କ ପରି ଜଣେ ଲୋକପ୍ରିୟ ନେତାଙ୍କୁ ପାଇବା ପରେ ପଶ୍ଚିମବଙ୍ଗରେ ବିଜେପି ବିପୁଳ ସଫଳତା ପାଇବାର ସମ୍ଭାବନାଟିଏ ସୃଷ୍ଟି ହୋଇଛି।’ ସେ ଆହୁରି ବି କହିଛନ୍ତି କି ପୂର୍ବତନ ଟିଏମ୍‌ସି ନେତା ରୟ ବିନା କୌଣସି ସର୍ତ୍ତର୍ରେ ବିଜେପିରେ ଯୋଗ ଦେଇଛନ୍ତି।

 

ସମ୍ବନ୍ଧିତ ଖବର