ଆଶା କରୁଛି ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ : ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ : ଆଜି ଥିଲା ୧୬ଶ ଲୋକସଭାର ଶେଷ ଦିନ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇଜଣ ଏପରି ସମର୍ଥକ ମିଳିଯାଇଛନ୍ତି, ଯାହା ପୂର୍ବରୁ କେହି ଆଶା କରୁନଥିଲେ । ଏହି ଦୁଇଜଣ ହେଉଛନ୍ତି ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡା ।

ଲୋସଭାରେ ନିଜର ବିଦାୟୀ ବକ୍ତବ୍ୟ ରଖି ମୁଲାୟମ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଚଳିତ ଲୋକସଭାରେ ସମସ୍ତ ସଦସ୍ୟ ପୁଣି ଥରେ ନିର୍ବାଚିତ ହୋଇ ଆସନ୍ତୁ । ଏହାର ଅର୍ଥ ହେଉଛି ପୁଣି ବିଜେପି ସଂଖ୍ୟାଗରିଷ୍ଠତା ପାଉ ଓ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ । ସେ କହିଛନ୍ତି ଯେ ସଂସଦ ଠିକ ଭାବେ ଚାଲିବା ଲାଗି ମୋଦି ଅନେକ ପରିଶ୍ରମ କରିଛନ୍ତି । ସେ ଯେବେ ବି କୌଣସି କାମ ପାଇଁ ମୋଦିଙ୍କ ପାଖକୁ ଯାଇଛନ୍ତି ସେତେବେଳେ ସେ ତାହାକୁ କାର୍ଯ୍ୟକାରୀ କରିଛନ୍ତି ।

ମୁଲାୟମଙ୍କ ଏହି ବକ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ତାଙ୍କ ପୁତ୍ର ଅଖିଳେଶ ଯାଦବ ମାୟାବତୀଙ୍କ ସହ ମିଶି ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି (ଏସ) ନେତା ଏଚଡି ଦେବେଗୌଡା ମଧ୍ୟ ମୋଦିଙ୍କୁ ପ୍ରସଂଶା କରିଛନ୍ତି ।

ସମ୍ବନ୍ଧିତ ଖବର