ନିକଟରେ ରାଜ୍ୟ ବିଜେପିର ଉପସଭାପତି ପଦରେ ନିଯୁକ୍ତ ହୋଇଛନ୍ତି ସ୍ବନାମଧନ୍ୟ
ସ୍ବାସ୍ଥ୍ୟ ବିଶେଷଜ୍ଞ
ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ରାଜନୀତିରେ ତାଙ୍କର ଭୂମିକା ଓ ଅଭିଳାଷକୁ ନେଇ ସେ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ସହିତ ନିଜର ମତ ବିନିମୟ କରିଛନ୍ତି।
ସହାୟତା: ଟିମନ ପଟ୍ଟାୟତ
l ଆପଣ ବିଜେପିର ଉପସଭାପତି ପଦ ମଣ୍ଡନ କରିବା ଏକ ଅପ୍ରତ୍ୟାଶିତ ନା ପୂର୍ବ ନିର୍ଦ୍ଧାରିତ?
ମୁଁ ଏ ସମ୍ପର୍କରେ ବାସ୍ତବରେ କିଛି ବି ଜାଣିନଥିଲି। କିମ୍ବା ବିଜେପିର ରାଜ୍ୟ ସଭାପତି କେବେ ବି ମୋତେ ପଚାରିନାହାନ୍ତି ଯେ ଆପଣଙ୍କୁ କେଉଁ ପଦ ଦେବୁ ବୋଲି। ଏହା ସତ ଯେ ଏହି ଦଳର ସହିତ ମୋର ବହୁଦିନରୁ ଗୋଟେ ଆଦର୍ଶଗତ ସମ୍ପର୍କ ରହିଛ। କେନ୍ଦ୍ରୀୟ ବିଜେପିର ଜାତୀୟତା, ଭାରତୀୟତା ସମ୍ପର୍କିତ ଯେକୌଣସି କାର୍ଯ୍ୟକ୍ରମ ଦ୍ବାରା ମୁଁ ବହୁମାତ୍ରାରେ ପ୍ରଭାବିତ। କିନ୍ତୁ, ସେହି ଦଳର ଏକ ପଦରେ ନିଯୁକ୍ତି ପାଇବା ମୋ ପାଇଁ ଅପ୍ରତ୍ୟାଶିତ ଥିଲା।
l ସାଙ୍ଗଠନିକ କ୍ଷେତ୍ରରେ ପୂର୍ବ ଅଭିଜ୍ଞତା ନଥାଇ ଏଭଳି ଦାୟିତ୍ବ, କ’ଣ ସଫଳ ହେବେ ବୋଲି ଭାବୁଛନ୍ତି?
ସାଙ୍ଗଠନିକ କ୍ଷେତ୍ରରେ ମୋର ଜ୍ଞାନଗାରିମା ଓ ଅଭିଜ୍ଞତା ରହିଛି। ୨୦୦୪ ମସିହାରେ ‘ଫେଡେରେସନ୍ ଅଫ୍ ଗାଇନିଂ ସୋସାଇଟି ଅଫ୍ ଇଣ୍ଡିଆ’ (ଫକ୍ସି)ର ମୁଁ ଉପସଭାପତି ଥିଲି। ୨୦୧୧ ମସିହାରେ ମୁଁ ସଭାପତି ପଦ ଅଳଙ୍କୃତ କରିଥିଲି। ଫକ୍ସିରେ ସମୁଦାୟ ସଦସ୍ୟ ସଂଖ୍ୟା ୫୦୦୦ ଏବଂ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଦୁଇଥର ଯାକ ନିର୍ବାଚନରେ ବିଜୟ ହାସଲ କରି ମୁଁ ସଭାପତି ଭାବେ ଦାୟିତ୍ବ ନେଇଥିଲି। ଏହା ସତ ଯେ ଏଇ ନିର୍ବାଚନ ଓ ଦଳୀୟଭିତ୍ତିକ ନିର୍ବାଚନ ମଧ୍ୟରେ ପାର୍ଥକ୍ୟ ରହିଛି। ଫକ୍ସି ନିର୍ବାଚନରେ କିଏ ଭଲ କ୍ଲିନିସିଆନ୍, କିଏ ଭଲ ଏକାଡେମିସିଆନ୍, କିଏ ଭଲ ସର୍ଜନ ତାହା ହିଁ ମାପକାଠି ହୋଇଯାଏ। ନିର୍ବାଚନ ରାଜନୀତିର ମାପକାଠି ସମ୍ପୂର୍ଣ୍ଣ ଅଲଗା। ଏହା ସତ୍ତ୍ବେ ବି ରାଜନୀତିରୁ ମୁଁ ଅନେକ କଥା ଶିଖିପାରିବି।
l ରାଜନୀତି ସହିତ ଆପଣଙ୍କର ଆଉ କିଛି ପରୋକ୍ଷ ସମ୍ପୃକ୍ତି ରହିଛି କି?
ଯଦିଓ ମୁଁ ଛାତ୍ର ରାଜନୀତିରେ ନ ଥିଲି, କିନ୍ତୁ ବିଜେବି କଲେଜରେ ପଢ଼ିବା ବେଳେ ବିଜୁବାବୁଙ୍କ ଦ୍ବାରା ବହୁ ଭାବେ ପ୍ରଭାବିତ ହୋଇଥିଲି। ସେତେବେଳେ ବିଜୁବାବୁ ବିରୋଧୀ ଦଳେର ଥିଲେ। ଆେମ ‘ବିଜୁସେନା’ କରି ଶୋଭାଯାତ୍ରା ଆଉ ଆନ୍ଦୋଳନ କରୁଥିଲୁ। ଥରେ ଜଣେ ସାଙ୍ଗ ମୋର ଡାକ୍ତରୀ ପଢ଼ିବା ଆଗ୍ରହ ସମ୍ପର୍କେର ବିଜୁବାବୁଙ୍କୁ କହିଲେ। ଏହା ଶୁଣିବା ମାତ୍ରକେ ବିଜୁବାବୁ ମୋତେ ଗାଳିଦେଲେ। କାଲିଠାରୁ ଆସିବୁନି ବୋଲି କହିଲେ। ଆହୁରି ମଧ୍ୟ କହିଲେ ଯେ ଯା ତୁ ଡାକ୍ତରୀ ପଢ଼ିବୁ ଆଉ ବିଧାନଚନ୍ଦ୍ର ରାୟ ହେବୁ।
l ତା’େହଲେ ବିଜୁବାବୁଙ୍କ ନାମରେ ପ୍ରତିଷ୍ଠିତ ଦଳ ବିଜେଡିରେ ତ ଆପଣ ଯୋଗ ଦେଇପାରିଥା’ନ୍ତେ? ବିଜେପିରେ କାହିଁକି?
ପୂର୍ବରୁ ମୁଁ କାରଣ ସମ୍ପର୍କରେ କହିଛି। ତା’ଛଡ଼ା ଆଞ୍ଚଳିକ ଦଳ ଅପେକ୍ଷା ଜାତୀୟ ଦଳ ମୋର ଅଧିକ ପସନ୍ଦ। ବିଜେଡି ଏକ ବ୍ୟତିକ୍ରମ ହୋଇପାରେ, ମାତ୍ର ଅନ୍ୟ ରାଜ୍ୟରେ ଥିବା ଆଞ୍ଚଳିକ ଦଳଗୁଡ଼ିକର ଦେଶ ପ୍ରତି ଆଦୌ ଆନ୍ତରିକତା ନାହିଁ। ଆପଣ ଗୋଟେ ‘ହାଇପୋଥେସିସ୍’ (ପ୍ରକଳ୍ପନା) ନିଅନ୍ତୁ। ଧରନ୍ତୁ ସବୁ ରାଜ୍ୟରେ କେବଳ ଆଞ୍ଚଳିକ ଦଳ ପ୍ରତିଷ୍ଠା ହେଲା, ତା’ହେଲେ ସାମଗ୍ରିକ ଭାବେ ଦେଶର ଅବସ୍ଥା କ’ଣ ହେବ? ଜାତୀୟ ଦଳ ନ ରହିଲେ ଦେଶ ତ ଖଣ୍ଡବିଖଣ୍ଡିତ ହୋଇଯିବ। ଆଉ ଆମ ଦେଶ ଭାରତବର୍ଷ ବୋଲି କିଛି ନଥିବ।
l ବିଜେପି ଆପଣଙ୍କୁ ହଠାତ୍ ଗୁରୁତ୍ବ ଦେବା ପଛରେ କାରଣ କ’ଣ ହୋଇପାରେ? ଦଳ ଏକ ନମ୍ବର ଆସନକୁ ଆସିବା ପାଇଁ କ’ଣ ସବୁ ଆବଶ୍ୟକ ବୋଲି ଆପଣ ମନେକରନ୍ତି? ଏଥିରେ ଆପଣଙ୍କ ଭୂମିକା କିଭଳି ରହିବ?
ମୋ ପେସାଗତ ଲୋକପ୍ରିୟତା ହୁଏତ ଏହା ପଛର କାରଣ ହୋଇପାରେ। ବାକି ରହିଲା, ବିଜେପି ଏକ ନମ୍ବର ଦଳରେ ପରିଣତ ହେବାକଥା। ଏଥିପାଇଁ ଦଳର ସଙ୍ଗଠନକୁ ଅତ୍ୟନ୍ତ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ତୃଣମୂଳ ସ୍ତରରେ ବିଜେଡି ଯେଉଁଭଳି ଭାବେ ଦଳକୁ ପରିଚାଳନା କରୁଛି, ସେହି ଅଭାବବୋଧ ଆମ ଦଳରେ ରହିଥିବା ମୁଁ ମନେକରେ। ୨୩ ବର୍ଷ ଧରି ବିଜେଡି କ୍ଷମତାରେ ରହିଛି ଅର୍ଥ ଏହା ପଛରେ କିଛି ସକାରାତ୍ମକ କାରଣ ରହିଛି। ଲୋକଙ୍କ ସହିତ ସଂସ୍ପର୍ଶତା ହିଁ ଗୋଟିଏ ରାଜନୈତିକ ଦଳ ପାଇଁ ସବୁଠାରୁ ପ୍ରଥମ ଓ ପ୍ରଧାନ କାରଣ। ସୁଯୋଗ ମିଳିଲେ ମୁଁ ସେଇ କାମ କରିବି।
l ବିଜେପିକୁ ଏକ ସାମ୍ପ୍ରଦାୟିକ ଦଳ ଭାବେ ଚିତ୍ରଣ କରଯାଉଛି। ଆପଣ ସେହି ବିଚାରଧାରାକୁ ସମର୍ଥନ କରୁଛନ୍ତି?
ବିଜେପି ସରକାର ଅମଳରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି କି? ବରଂ, ପୂର୍ବ ସରକାର ଅମଳରେ ଅଧିକ ହେଉଥିଲା ଏବେ ତାହା ଅନେକମାତ୍ରାରେ ହ୍ରାସ ପାଇଯାଇଛି। ବିଜେପିର ମୂଳମନ୍ତ୍ର ହେଉଛି ଭାରତୀୟତା। ସମସ୍ତେ ପ୍ରଥମେ ନିଜକୁ ଭାରତୀୟ ବୋଲି ଭାବନ୍ତୁ। ଯେଉଁମାନେ ଭାରତୀୟ ସେମାନେ ହେଉଛନ୍ତି ହିନ୍ଦୁ। ସେମାନେ ମୁସଲମାନ, ଖ୍ରୀଷ୍ଟିଆନ୍ କିମ୍ବା ଅନ୍ୟ ଧର୍ମର ହୋଇପାରନ୍ତି, ସେମାନଙ୍କ ଚିନ୍ତାଧାରାରେ ସବୁେବେଳ ଭାରତୀୟତା ରହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ୍ ଏଇଆ ହିଁ ଚାହାନ୍ତି। ମୁଁ ତ କହିବି, ମୋଦୀ ଥିବା ପର୍ଯ୍ୟନ୍ତ ଭାରତର ଅଖଣ୍ଡତା ବଜାୟ ରହିବ।
l ବିଜେଡି-ବିଜେପି ସମ୍ପର୍କକୁ ନେଇ ଦ୍ବନ୍ଦ୍ବ ରହିଛି। ଏହି ଦ୍ବନ୍ଦ୍ବ ବି ଲୋକମାନଙ୍କ ଭିତରକୁ ଚାଲିଆସିଛି। ଏପରିସ୍ଥଳେ ବିଜେପି କିଭଳି ଲକ୍ଷ୍ୟ ହାସଲ କରିପାରିବ ବୋଲି ଆପଣ ଭାବୁଛନ୍ତି?
ମୁଁ ସ୍ବୀକାର କରୁଛି ବର୍ତ୍ତମାନର ରାଜନୈତିକ ସ୍ଥିତାବସ୍ଥା ଭିତରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ବନ୍ଦ୍ବ ରହିଛି। ଦ୍ବନ୍ଦ୍ବଟା କ’ଣ ପାଇଁ ସେ ସମ୍ପର୍କରେ ମୁଁ ଆଦୌ ସ୍ପଷ୍ଟ ନୁହଁ। କିନ୍ତୁ, ମୁଁ ଯେତିକି ବୁଝିଛି କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ବିଜେଡି ପ୍ରସଙ୍ଗଭିତ୍ତିକ ସମର୍ଥନ କରୁଛି। ମୁଁ କହେ ସମ୍ବିଧାନରେ ବିରୋଧୀ ଶବ୍ଦଟା ଉଠିଯିବା ଦରକାର। ବରଂ, ତାହାକୁ ଶାସକ ଓ ଅଣଶାସକ ବୋଲି କହିଲେ ଅଧିକ ଯୁକ୍ତିଯୁକ୍ତ ହେବ। ‘ବିେରାଧୀ’ ଅର୍ଥ ନୁହେଁ ଯେ ଶାସକ ଦଳ ଯାହା କହିଲେ ତାକୁ ବିରୋଧ କରିବା। ଏମିତିକି ଭଲକଥା କହିଲେ କିମ୍ବା ଭଲ କାମ କଲେ ବି ବିରୋଧର ସ୍ବର ଉତ୍ଥାପନ କରିବା। ସରକାରଙ୍କ ସବୁ ଭଲ କାମକୁ ଏକ ଗଠନମୂଳକ ସମର୍ଥନ କରିବା ଆବଶ୍ୟକ। ବୋଧହୁଏ ବିଜେଡି ମେଣ୍ଟରେ ନ ଥାଇ ବି ବିଜେପିକୁ ପ୍ରସଙ୍ଗଭିିତ୍ତିକ ସମର୍ଥନ କରୁଛି। ଅବଶ୍ୟ ତଳସ୍ତରରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ପର୍କକୁ ନେଇ ଦ୍ବନ୍ଦ୍ବ ରହିଛି।
l ଜଣେ ବୁଦ୍ଧିଜୀବୀ ଭାବେ ରାଜ୍ୟ ସରକାର କ’ଣ କରିବା ଉଚିତ ବୋଲି ଆପଣ ଭାବନ୍ତି?
ରାଜ୍ୟ ସରକାର ସ୍ବତନ୍ତ୍ର ଅବହେଳିତ ଗୋଷ୍ଠୀଙ୍କ ପାଇଁ ଯୋଜନା ପ୍ରଣୟନ କରିବା ଆବଶ୍ୟକ। ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ‘ତୀର୍ଥଯାତ୍ରୀ’ ଯୋଜନା କ’ଣ ଯଥେଷ୍ଟ କି? ଅଧିକାଂଶ ବରିଷ୍ଠ ନାଗରିକ ମଧୁମେହ, ଛାତିରୋଗ ଏବଂ ଏହିଭଳି େରାଗରେ ପୀଡ଼ିତ ହେଉଛନ୍ତି। ତେଣୁ ସରକାର ସେମାନଙ୍କ ପାଇଁ ‘ହେଲ୍ଥ ଫର୍ ଅଲ୍’ ବା ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ’ େଯାଜନା ପ୍ରଣୟନ କରିବା ଆବଶ୍ୟକ। ଜାପାନରେ ଯେଉଁଭଳି ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରେତ୍ୟକ କର୍ମଚାରୀଙ୍କ ଦରମାରୁ ଏକ ପ୍ରତିଶତ କାଟି ଏକ ସ୍ବତନ୍ତ୍ର ପାଣ୍ଠି କରାଯାଇଛି, ଆମ ରାଜ୍ୟରେ ବି ସେହିଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିଭଳି ସରକାରୀ ହେଉ କି ବେସରକାରୀ, ପ୍ରତ୍ୟେକ ବିପିଏଲ୍ ପରିବାରରୁ ଜଣକୁ ନିଯୁକ୍ତି ଦେବାର ବି ଆବଶ୍ୟକତା ରହିଛି। ଏହିଭଳି ଭାବେ କେତେକ ଯୋଜନା ସ୍ବତନ୍ତ୍ର ଭାବେ ପ୍ରଣୟନ କରାଯାଇପାରେ।
l ଜଣେ ଡାକ୍ତର ହିସାବରେ କୁହନ୍ତୁ ରାଜ୍ୟର ସ୍ବାସ୍ଥ୍ୟସେବା ସନ୍ତୋଷଜନକ କି?
ରାଜ୍ୟର ସ୍ବାସ୍ଥ୍ୟସେବାରେ ବହୁତ କାମ ହୋଇଛି। ଏଥିପାଇଁ ନିଶ୍ଚିିତ ଭାବେ ମୁଁ ରାଜ୍ୟ ସରକାରଙ୍କୁ ଶ୍ରେୟ ଦେବି। ତେବେ ଖାଲି ସ୍ବରୂପରେ ପରିବର୍ତ୍ତନ ଆଣିଲେ ହେବନାହିଁ, ଯଥାର୍ଥ ଭାବେ କାର୍ଯ୍ୟକାରିତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏସ୍ସିବିକୁ ବିଶ୍ବସ୍ତରୀୟ ହସ୍ପିଟାଲ୍ରେ ପରିଣତ କଲେ। ହେଲେ, ଏଥିପାଇଁ ଯେଉଁ କମିଟି ଗଠନ ହୋଇଥିଲା ତାହାର ଗୋଟିଏ ହେଲେ ବି ମିଟିଂ ହୋଇନାହିଁ। ମୋ ମତେର, ଗୁଣାତ୍ମକତା ଏବଂ କାର୍ଯ୍ୟକାରିତା କ୍ଷେତ୍ରରେ ଉଭୟ ମନୋଭାବ ଓ କୌଶଳର ଆବଶ୍ୟକତା ରହିଛି। ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ଯୋଜନାର ଆବଶ୍ୟକତା ରହିଛି।
l ଆପଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ। ଅନ୍ୟପକ୍ଷରେ, ମହିଳାଙ୍କ ଭୋଟ ବ୍ୟାଙ୍କ ହେଉଛି ବିଜେଡିର ଶକ୍ତି। ଏପରିସ୍ଥଳରେ ଦଳର ଜଣେ ନେତା ହିସାବରେ କିଭଳି ଆହ୍ବାନର ସମ୍ମୁଖୀନ ହେବେ?
ରାଜ୍ୟ ସରକାର ମହିଳାଙ୍କ ପାଇଁ ବହୁ ଯୋଜନା କରୁଛନ୍ତି। ମାତ୍ର, ତାହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନି। ମୁଁ ଚାହେଁ ସମ୍ପୂର୍ଣ୍ଣ ଭାବେ ମହିଳା ସଶକ୍ତୀକରଣ। ସାମାଜିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ। ସମୁଦାୟ ସାଇଣ୍ଟିଫିକ୍ ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମ୍ କରିବାର ଆବଶ୍ୟକତା ରହିଛି। ଯେମିତିକି ଜଣେ ପଲିସି ମେକର୍ ବା ନୀତି ନିର୍ଦ୍ଧାରଣକାରୀ ରହିବେ, ଯେଉଁମାନେ ହେଉଛନ୍ତି ଥିଙ୍କଟ୍ୟାଙ୍କ୍। ଏହାପରେ ବ୍ୟବସ୍ଥାର ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ଏହାପରେ ତାକୁ କାର୍ଯ୍ୟକାରୀ କରାଯିବ।
l ଆପଣଙ୍କ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବିଫଳତା କ’ଣ?
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇପାରିନି, ଯଦିଓ ଏଥିପାଇଁ ବାତାବରଣ ସୃଷ୍ଟି ହେଉଛି ଏବଂ ଦେଶ କିମ୍ବା ଦେଶ ବାହାରର ବିଭିନ୍ନ ଶିଳ୍ପସଂସ୍ଥା ସହିତ ଆଲେଚନା ହେଉଛି। ମୋ ମତରେ ଏକକ ସଂଖ୍ୟାରେ ବଡ଼ ବଡ଼ ଶିଳ୍ପ, ଦୁଇଅଙ୍କରେ ମଧ୍ୟମବର୍ଗର ଶିଳ୍ପ ଏବଂ ତିନିଅଙ୍କେର କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ପର୍ଯ୍ୟଟନ ଶିଳ୍ପକୁ ଅତ୍ୟନ୍ତ ଗୁରୁତ୍ବ ଦେବା ଉଚିତ। କାରଣ, ପର୍ଯ୍ୟଟନ କ୍ଷେତ୍ର ଅର୍ଥନୈତିକ ଅବସ୍ଥାକୁ ସଦୃଢ଼ କରିଥାଏ।
l ରାଜନୀତିକୁ ନେଇ ଆପଣଙ୍କର ଅଭିଳାଷ?
ମୋ ରାଜନୀତିକୁ ନେଇ କୌଣସି ବ୍ୟକ୍ତିଗତ ଅଭିଳାଷ ନାହିଁ। ରାଜନୀତି େହଉଛି କଣ୍ଟାର ଶଯ୍ୟା। ମୁଁ କଣ୍ଟାେର ଶୋଇ ଯଦି ଲୋକମାନଙ୍କୁ ଗୋଲାପର ବିଛଣାରେ ଶୁଆଇପାରିଲି, ତା’ହେଲେ ରାଜନୀତିରେ ମୋର ଯୋଗାଦାନ ସଫଳ ହେବ। କେବଳ ବାହ୍ୟ ପରିବର୍ତ୍ତନ ବିକାଶର ମାପକାଠି ନୁହେଁ, ଏଥିପାଇଁ ନୈତିକତା ଏବଂ ଉତ୍ସର୍ଗୀକୃତ ମନୋଭାବର ଅାବଶ୍ୟକତା ରହିଛି। ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ସମ୍ପର୍କରେ କହିବି, ଦଳ ମୋ ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବ ତାହାକୁ ମୁଁ ନିଶ୍ଚୟ ଗ୍ରହଣ କରିବି।