ଝାରସୁଗୁଡା: ପଶ୍ଚିମ ଓଡ଼ିଶାର ଅନ୍ୟତମ ବରିଷ୍ଠ ନେତା ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିମାନ ଆସି ମଙ୍ଗଳବାର ଭୁବନେଶ୍ୱର ନେଇ ପୁଣି ଆଣି ଛାଡିଥିଲା। ବ୍ରଜରାଜନଗର ଆସନ ସହିତ ପଶ୍ଚିମ ଓଡିଶାର ଆଉ କେତୋଟି ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇନଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବଙ୍କ ସାହାଯ୍ୟ ନେଇଥିବା ଜଣାଯାଇଛି। ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କ ଟିକେଟ ଅଦ୍ୟାବଧି ଚୂଡାନ୍ତ ହୋଇନଥିବାରୁ ଆଜି ଘୋଷଣା ହୋଇପାରିଲା ନାହିଁ।

Advertisment

ନବଙ୍କୁ ଗୁରୁବାର ସକାଳେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ଅଫିସରୁ ନିର୍ଦେଶ ଆସି ପହଁଚିଥିବା ବେଳେ ତାଙ୍କ ବିମାନ ମଧ୍ୟ ଝାରସୁଗୁଡାରେ ସକାଳ ୯ ଟାରେ ପହଂଚୁଥିବା ଖବର ମିଳିଛି। ମୁଖ୍ୟମନ୍ତ୍ରୀ ୩ ଦିନରେ ଦୁଇଥର ବିମାନ ପଠାଇ ନବଙ୍କୁ ନେବା ରାଜନୈତିକ ମହଲରେ ଗୁରୁତ୍ୱ ବହନ କରୁଥିବା ବେଳେ ପଶ୍ଚିମ ଓଡିଶାର ରାଜନୀତିରେ ନବଙ୍କ ଦବଦବା ସ୍ପଷ୍ଟ ହେଉଛି। ଏକଦା କିଶୋରଙ୍କ ମୁଖ୍ୟ ରାଜନୈତିକ ଶତ୍ରୁ ଥିବା ନବ କିଶୋରଙ୍କୁ ଟିକେଟ ଦେବାରେ ମୁଖ୍ୟ ମଧ୍ୟସ୍ଥତା କରୁଥିବା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।