ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ନ୍ଧ୍ୟା ୭ଟା୧୫ରେ ଏନଡିଏ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିସହ କେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ୯ ଜୁନ ୨୦୨୪ ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ।

Advertisment

ଏହି ଶପଥ ଗ୍ରହଣ ଉତ୍ସବରେ ୮ହଜାର ଅଧିକ ,ରାଷ୍ଟ୍ରମଖ୍ୟ ଯୋଗ ଦେବେ । ଏଥିସହ ବିଶେଷ ଅତିଥିଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ସେମାନେ ହେଉଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହେ, ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ସେସେଲସର ଉପରାଷ୍ଟ୍ରପତି ଅହମ୍ମଦ ଅଫିଫ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନ। ଏହି ସବୁ ରାଷ୍ଟ୍ରମୁଖ୍ୟମାନଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ।

ଏଥିସହ ସୋରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗ୍‌ନଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ବି ଆମନ୍ତ୍ରଣ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସେମାନେ ମଧ୍ୟ ନିଶ୍ଚିତ କରିଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ସହ ସନ୍ଧ୍ୟା ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ଆହୁରି ମଧ୍ୟ କୁହାଯାଉଛି କି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ ।

କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ତେଣିକି ତାହା ବିଧାନସଭା ହେଉ କି ଲୋକସଭା । ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମରେ ତିନିଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ୨୦ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ଏକାଧିକଥର ଲୋକସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଷଡଙ୍ଗୀ, ସଂଗୀତ କୁମାରୀ ସିଂଦେଓ, ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝି, ଭର୍ତୃହରି ମହତାବ, ଅପରାଜିତା ଷଡଙ୍ଗୀ ଓ ବିଭୁ ପ୍ରସାଦ ତରାଇ ।

ଏମାନଙ୍କ ମଧ୍ୟରୁ ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ନାଁ ଆଗରେ ରହିଛି । ଯଦି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ଅନ୍ୟ ତିନିଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବାଚସ୍ପତି ପଦବୀ ପାଇଁ ଭର୍ତୃହରିଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ, ତାହା ଜୁନ ୯ ତାରିଖ ପୂର୍ବରୁ ସ୍ପଷ୍ଟ ହୋଇଯିବ ।