ଭୁବନେଶ୍ୱର : କୃଷକମାନଙ୍କ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନ୍ସନ୍ ପାଇଁ ସଂଗ୍ରାମ ଜାରି ରଖିଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ‘ଦିଲ୍ଲୀ ଚଲୋ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଟଣୀ ଖଣ୍ଡୁଆଳ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସହ ସଂଯୋଜକ ସାଇଲକ୍ଷ୍ମୀ ପ୍ରସାଦ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆବାହକ ମହମ୍ମଦ ମନ୍ଓ୍ଵାର୍ ଅଲ୍ଲୀ ଯୋଗ ଦେଇଥିଲେ। ନବ ନିର୍ମାଣ ଯୁବ ଛାତ୍ର ସଂଗଠନକୁ ଆହ୍ଵାନ ଦେଇ ସେ କୃଷକମାନଙ୍କ ପାଇଁ ଅକ୍ଟୋବର ୧୧ ତାରିଖରେ ହେଉଥିବା ‘ଦିଲ୍ଲୀ ଚଲୋ’ ଆନ୍ଦୋଳନର ଲକ୍ଷ୍ୟ ବାବଦରେ ସୂଚନା ଦେଇଥିଲେ। ଶହଶହ ସଂଖ୍ୟାରେ ଯୁବକ ଓ ଛାତ୍ରମାନଙ୍କୁ ଏହି ସଂଗ୍ରାମର ଲକ୍ଷ୍ୟ ବାବଦରେ ବୁଝାଇ ସେମାନଙ୍କୁ ସଂଗଠନରେ ମିଶାଇବାକୁ ଉଦ୍ୟମ କରିବାକୁ ଶ୍ରୀ ଅଲ୍ଲୀ ଆହ୍ଵାନ ଦେଇଥିଲେ। ଏହି ବୈଠକରେ ଜଟଣୀ କଲେଜ ଛାତ୍ର ସଂସଦ ସଭାପତି ଶୁଭାଶିଷ ପରିଡ଼ା, ମହମ୍ମଦ କାଦିର୍, ନିଶାନ୍ ବଳିଆରସିଂହ, ଲକ୍ଷ୍ମୀପ୍ରିୟା ମଙ୍ଗରାଜ, ପ୍ରତିମା ବେହେରା, ମାନସ ମହାରଣା, ଜ୍ଞାନଜ୍ୟୋତି ସାହୁ, ଦୀପ୍ତିରଂଜନ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।
ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ‘ଦିଲ୍ଲୀ ଚଲୋ’ ପ୍ରସ୍ତୁତି
/sambad/media/post_attachments/wp-content/uploads/2017/10/naba-nirman-chatra-sangathan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)