ନୂଆଦିଲ୍ଲୀ: ଓଡ଼ିଶାର ରାଜନୀତି ଦିଲ୍ଲୀରେ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଭେଟିଛନ୍ତି। ସେହିଭଳି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ଗୁରୁବାର ବିଜେଡି ସୁପ୍ରିମୋ ନବୀନଙ୍କୁ ସ୍ୱତନ୍ତ୍ର ସାକ୍ଷାତ କରିଛନ୍ତି। ଦିଲ୍ଲୀର ଅବଦୁଲ କଲାମ ମାର୍ଗସ୍ଥିତ ନବୀନଙ୍କ ବାସଭବନରେ ନରସିଂହଙ୍କ ସାକ୍ଷାତ ନେଇ ରାଜନୈତିକ ପରିବେଶ ବେଶ୍‌ ସରଗରମ ହୋଇଛି। ରାଜ୍ୟ ରାଜନୀତିରେ ୨ଜଣ ଚର୍ଚ୍ଚିତ ମୁହଁଙ୍କ ସାକ୍ଷାତ ସମୟରେ କ’ଣ ସବୁ ଆଲୋଚନା ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।

Advertisment

ନବୀନଙ୍କ ସହ ନରସିଂହଙ୍କ ସାକ୍ଷାତ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆଗାମୀ ଫେବ୍ରୁଆରି ୨୪ରେ ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିରୋଧୀ ଦଳ ନେତା ନବୀନଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହାରି ପଛରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେଡି କହିଛି, ସାକ୍ଷାତକାର ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ।