ଚଳିତମାସରେ ନିର୍ବାଚନ ଅନିୟମିତତା ମାମଲାର ଫଇସଲା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲାର ଫଇସଲା ଚଳିତ ମାସରେ ନିର୍ବାଚନ ଆୟୋଗ କରିପାରନ୍ତି। ଆଜି ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟିବା ଫେରିବା ପରେ ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିିଥିଲେ, ସେ କମିସନଙ୍କୁ ଭେଟିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଅନିୟମିତତା ମାମଲାର ଫଇସଲା କରିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଯେହେତୁ ଏହି ମାମଲାର ଭିତ୍ତି ନାହିଁ ବୋଲି ସୂଚନା ଅଧିକାର ଆଇନ ବଳରେ ସଂଗୃହୀତ ତଥ୍ୟ ବୟାନ କରୁଛି, ଏଣୁ ମାମଲା ଗଡାଇ ରଖିବା ଠିକ୍‌ ନୁହେଁ ବୋଲି ବିଜେଡି ଆଜି ଆପତ୍ତି ଜଣାଇଥିଲା। କମିସନ ଏ ନେଇ ସକାରାତ୍ମକ ଉତ୍ତର ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ହିଞ୍ଜିଳି ନିର୍ବାଚନମଣ୍ଡଳୀର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଅନିୟମିତତା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର