ଭୁବନେଶ୍ୱର: ପଂଚମଥର କ୍ଷମତାକୁ ଆସିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବଳ ଲଗାଇ ଦେଇଛନ୍ତ। ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିପାଇଁ ବସରେ ବୁଲୁଛନ୍ତି ବିଜେଡି ମୁଖିଆ।
ନିକଟରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଥିଲେ, ୧୫୦ ଜନସଭା ଓ ହଜାରେ କିଲୋମିଟରର ରୋଡ ସୋ’ କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ ନବୀନ ଦଳର ଏକ ନମ୍ବର ଷ୍ଟାର ପ୍ରଚାରକ ଭାବେ ବିଭିନ୍ନ ନିର୍ବାଚନୀ କ୍ଷେତ୍ର ବୁଳୁଛନ୍ତି।
/sambad/media/post_attachments/wp-content/uploads/2019/04/RKL2-300x200.jpg)
ରାଉରକେଲା ଓ ରଘୁନାଥପାଲ୍ଲୀରେ ସମର୍ଥକଙ୍କୁ ଧରି ନବୀନ ଆଜି ରୋଡ ସୋ କରିଛନ୍ତି। ଆଗେ ଆଗେ ବିଜେଡ଼ି ଗାଡ଼ି ଚାଲିଥିବା ବେଳେ ସୁପ୍ରିମୋଙ୍କ ବସ ପଛରେ ଏକାଧିକ ଗାଡିରେ ସବାର ସମର୍ଥକ ମାନେ ଲାଗିପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ବୁଲି ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତ ନବୀନ ପଟ୍ଟନାୟକ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଗାଁ ଗାଁରେ ଅନାଇ ରହିଛନ୍ତ ନବୀନ ଓ ବିଜେଡି ସମର୍ଥକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/RKL1.jpg)