ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍ ଦେଇ ଦାମଙ୍କୁ ଅଠାକାଠିରେ ପକାଇଲେ ନବୀନ

ଭୁବନେଶ୍ବର : ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ନବୀନ। ପୁଅ ସମ୍ବିତ ରାଉତରାୟଙ୍କୁ  ବିଜେଡି ଟିକେଟ୍ ଦେଇ ଦାମଙ୍କୁ ଅଠାକାଠିରେ ପକାଇଛନ୍ତି ନବୀନ। ପାରାଦୀପରୁ ଲଢ଼ିବେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ତେବେ ଦୀର୍ଘ ଦିନ ସମ୍ବିତଙ୍କୁ ଟିକେଟ୍ ମିଳିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଛେଦ ପକାଇ ସମ୍ବିତଙ୍କୁ ପାରାଦୀପ ମଙ୍ଗ ଧରାଇଛନ୍ତି ବିଜେଡି ସୁପ୍ରିମୋ ।

୨୦୦୯ରେ ଗଠିତ ହୋଇଥିବା ବାଲିକୁଦା-ଏରସମା ବିଧାନସଭା କ୍ଷେତ୍ରରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ଦାମଦୋର ରାଉତ ବିଗତ ଦୁଇଟି ସାଧାରଣ ନିର୍ବାଚନରେ ଏଠାରେ ବିଜୟୀ ହୋଇଥିଲେ । ତେବେ ଦାମ ବର୍ତ୍ତମାନ ବିଜେପି ଟିକେଟ ପାଇଁ ଏରସମା-ବାଲିକୁଦାରୁ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ବିଜେଡି ସୁପ୍ରିମୋ ଦାମଙ୍କ ପୁଅ ସମ୍ବିତଙ୍କୁ ପାରାଦୀପ ମଙ୍ଗ ଧରାଇଛନ୍ତି । ତେବେ ଏହି ନିର୍ବାଚନୀ କ୍ଷେତ୍ରକୁ ପ୍ରଥମଥର ପାଇଁ ଓହ୍ଲାଇ ବିଜୟଧାରା ବଜାୟ ରଖିବେ କି ଦାମଙ୍କ ପୁଅ ସମ୍ବିତ ରାଉତରାୟ? ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଏବେ ପାରାଦୀପ ଆସନରେ ନୂଆ ଲଢ଼େଇ ଦେଖିବାକୁ ମିଳିବ । କାରଣ ପ୍ରଥମଥର ପାଇଁ ପାରାଦୀପ ଆସନରେ ନୂଆ ମୁହଁ ତଥା ପୁରୁଖା ନେତାଙ୍କ ପୁଅ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଅନ୍ୟ ପକ୍ଷରେ ଏଠାରୁ କଂଗ୍ରେସ ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର