ରେମୁଣା: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମାରାଥନ ପ୍ରଚାର ଚଳାଇଛନ୍ତି।
ଏହି ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ସିଧାସିଧା ଟାର୍ଗେଟ କରିଛନ୍ତି। ରେମୁଣାରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଗତକାଲି ନିଜ ଭାଷଣରେ କହିଥିଲେ କି ସେ ରାଜ୍ୟ ବିଜେଡି ସରକାର କ୍ଷମତାରୁ ଗଲା ପରେ ସେ ଓଡ଼ିଶା ଆସିବେ। କିନ୍ତୁ ଓଡ଼ିଶାର ଲୋକଙ୍କ ଆଶୀର୍ବାଦରୁ ବିଜେଡି ଏଠାରେ ବହୁମତ ହାସଲ କରି ସାରିଲାଣି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବକୁ ଅତିଥି ଭାବେ ଆସିବା ଲାଗି ବିନମ୍ର ଅନୁରୋଧ କରୁଛି।
ଏଥିସହ ସେ ମୋଦୀଙ୍କ ସମାଲୋଚନା କରିଥିଲେ ଯେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଦୁଃଖ ବେଳେ ଆସିନାହାନ୍ତି କିନ୍ତୁ ନିର୍ବାଚନ ପ୍ରଚାର ବେଳେ ବାରମ୍ବାର ଭୋଟ ମାଗିବାକୁ ଓଡ଼ିଶା ଚାଲିଆସୁଛନ୍ତି।
ଅନ୍ୟପକ୍ଷରେ ନବୀନ ଏହା ସ୍ପଷ୍ଟ କରିଛନ୍ତି ଯେ ଶେଷ ହୋଇଥିବା ତିନିଟି ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳକୁ ସଂଖ୍ୟା ଗରିଷ୍ଠତା ମିଳିସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveen-Invites-Modi_Thumbnail_2-1.jpg)