ସାଂସଦ ଓ ବିଧାୟକଙ୍କୁ ମାସକର ଦରମା ମାଗିଲେ ନବୀନ : ଦଳୀୟ ପାଣ୍ଠିକୁ ଦାନ ଲାଗି ଚିଠି ଲେଖିଲେ

ଭୁବନେଶ୍ବର: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ନେତା, କର୍ମୀ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଚିଠିରେ ସେ ସାଂସଦ ଓ ବିଧାୟକଙ୍କୁ  ଗୋଟିଏ ମାସର ଦରମାକୁ ଦଳୀୟ ପାଣ୍ଠିକୁ ଦେବାକୁ ଅନୁରୋଧ କରିଚନ୍ତି । ଏହା ସହିତ ପ୍ରତି ଜିଲ୍ଲାରୁ ଯେଉଁ ଶୁଭେଚ୍ଛୁ ଓ ସମର୍ଥକ ବିଜେଡିକୁ ପାଣ୍ଠି ସଂଗ୍ରହ କରିବାରେ ସହଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଚେକ କିମ୍ବା ଅନଲାଇନରେ ଏହାକୁ ଦେବା ପାଇଁ ଚିଠିରେ କୁହାଯାଇଛି ।

ପାଣ୍ଠି ସଂଗ୍ରହ ଦାୟିତ୍ବ ଜିଲ୍ଲା ସଭାପତିଙ୍କ ଉପରେ ନ୍ୟସ୍ତ ହୋଇଛି । ବିଜେଡି ଆସନ୍ତା ୧୬ ତାରିଖରେ ୨୧ ବର୍ଷ ପୂରଣ କରି ୨୨ ବର୍ଷରେ ପଦାର୍ପଣ କରିବ  । ଏହି ଅବସରରେ ଜନପ୍ରତିନିଧି, କର୍ମକର୍ତା , ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ । କର୍ମୀ ଓ ନେତାଙ୍କ ପ୍ରତିବଦ୍ଧତା ଯୋଗୁଁ ବିଜେଡି ଓଡିଶାବାସୀଙ୍କ ନିକଟରେ ଗ୍ରହଣୀୟ ହୋଇଛି ଓ ଲୋକଙ୍କ ଆସ୍ଥା ଓ ଭରସା ଲଗାତାର ଭାବରେ ବଢିଚାଲିଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ବିଜେଡି ସୁପ୍ରିମୋ ଆଶା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର