କଂଗ୍ରେସର ସଫଳତା ପରେ କଟାକ୍ଷ କଲେ ସିଦ୍ଧୁ: ବିଜେପିର ନୂଆ ନାଁ ଦେଲେ ‘ଗିରେ ତୋ ଭି ଟାଙ୍ଗ୍ ଉପର୍ (ଜିଟିୟୁ)’

ଚଣ୍ଡିଗଡ :  ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଲାଭଦାୟକ ସ୍ଥିତି ଦେଖି  ପଞ୍ଜାବ ମନ୍ତ୍ରୀ  ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧି ପ୍ରଥମରୁ ହିଁ ସମସ୍ତଙ୍କ ସାଥିରେ ଚାଲିଛନ୍ତି । ମାନବିକତାର ସେ ହେଉଛନ୍ତି ମୂର୍ତ୍ତି । ଯେଉଁ ହାତ ଭାରତର ଭାଗ୍ୟକୁ ନିଜ ହାତରେ ନେବାକୁ ଯାଉଛି ସେହି ହାତ ବଡ ଶକ୍ତ ଏବଂ କଠିନ ପରିଶ୍ରମୀ । ସେ ବିଜେପିକୁ ଇଙ୍ଗିତ କରି ସେ କହିଥିଲେ ,ବିଜେପିର ନୂଆ ନାଁ ହେଉଛି- ଜିଟିୟୁ, ଯାହାର ଅର୍ଥ ଗିରେ ତୋ ଭି ଟାଙ୍ଗ୍ ଉପର୍ (ପଡିଗଲେ ବି ଗୋଡ ଉପରେ) ।

ଆଜି ଦେଶର ପାଞ୍ଚ ରାଜ୍ୟରେ ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ ଏବଂ ମିଜୋରାମରେ ନିର୍ବାଚନ ପରିଣାମ ଆସିବାକୁ ଲାଗିଛି । ତେବେ ଏଥର କଂଗ୍ରେସ ତିନୋଟି ବଡ ରାଜ୍ୟ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଆଗୁଆ ରହିଛି । ତିନି ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବାର ସମ୍ଭାବନା ରହିଛି । ଏଭଳି ଯଦି ହୁଏ ତେବେ କଂଗ୍ରେସ ପାର୍ଟିର ବହୁତ ବଡ ବିଜୟ ହେବ ।

ପ୍ରଥମଥର ପାଇଁ ଏଭଳି ହୋଇଛି ଯେଉଁଠି ବିଜେପି ଉପରେ କଂଗ୍ରେସ ଭାରୀ ପଡିଛି । ଏହା ବିଜେପି ପାଇଁ ବଡ ଝଟକାର କାରଣ ହୋଇପାରେ। କାରଣ କଂଗ୍ରେସର ସ୍ଥିତି ୨୦୧୯ ରେ ବିଜେପିର ଏହି ଖେଳକୁ ବିଗାଡି ଦେଇପାରେ । ଏମିତିରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର