ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଶରଦ ପାଓ୍ଵାର, ଏନ୍‌ସିପିରେ ଫାଟ ଦେଖାଯିବା ପରେ ଦଳ ଛାଡ଼ିଲେ ସାଧାରଣ ସଂପାଦକ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ର ସାଧାରଣ ସଂପାଦକ ଓ ବିହାରର କୋଟିହାରି ଲୋକସଭା ଆସନରୁ ସାଂସଦ ତାରିକ ଅନଓ୍ଵାର ଦଳ ଛାଡ଼ିଛନ୍ତି। ତାରିକ ଅନଓ୍ଵାର ଶରଦ ପାଓ୍ଵାରଙ୍କ ବହୁ ନିକଟତର କୁହାଯାଉଥିଲା। ସେ ଥିଲେ ଏନସିପିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ। କୁହାଯାଉଛି ଯେ, ରାଫେଲ ବିବାଦ ନେଇ ଶରଦ ପାଓ୍ଵାରଙ୍କ ବୟାନରେ ଆହତ ଅନୁଭବ କରି ତାରିକ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ ଏକ ମରାଠୀ ଟିଭି ଚେନାଲକୁ ସାକ୍ଷାତକାରରେ ଶରଦ ପାଓ୍ଵାର କହିଥିଲେ, ତାଙ୍କୁ ଲାଗୁ ନାହିଁ ଯେ, ରାଫେଲ ବିମାନ କିଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଲୋକଙ୍କର ସନ୍ଦେହ ଥିବ।

ତାରିକ ଅନଓ୍ଵାର କହିଛନ୍ତି, ରାଫେଲ ଡିଲ ଉପରେ ଏନସିପି ପ୍ରମୁଖଙ୍କ ବୟାନରେ ସେ ଅସହମତ ଅଟନ୍ତି। ସେ କହିଛନ୍ତି, ପାଓ୍ଵାର ମୋଦି ସରକାରଙ୍କୁ କ୍ଲିନ ଚିଟ ଦେଇଛନ୍ତି, ଯାହାକି ଭୁଲ ଥିଲା। ଅନଓ୍ଵାର କହିଛନ୍ତି ପାଓ୍ଵାରଙ୍କ ବୟାନ ପରେ ପାର୍ଟିରେ ରହିବା ଅସମ୍ଭବ ହୋଇଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଫେଲ ଡିଲ ଉପରେ କିଛି ଲୁଚାଉଛନ୍ତି।

ସମ୍ବନ୍ଧିତ ଖବର