ନୂଆ ଦଳ ‘ବହୁଜନ ମୁକ୍ତି ମୋର୍ଚା’

ଭୁବନେଶ୍ବର : ‘ଓଡ଼ିଶା ମୁକ୍ତି ମୋର୍ଚା’ର ନାମ ପରିବର୍ତନ ହୋଇ ‘ବହୁଜନ ମୁକ୍ତି ମୋର୍ଚା’ ହୋଇଛି। ଆଜି ବୁଦ୍ଧମନ୍ଦିର ପରିସରରେ ଏହି ନୂତନ ରାଜନୈତିକ ଦଳର ଘୋଷଣା କରାଯାଇଛି। ଦଳର ସଭାପତି ରହିଛନ୍ତି ଭଜମନ ବେହେରା ଓ ଉପସଭାପତି ରହିଛନ୍ତି କୃଷ୍ଣଚନ୍ଦ୍ର ପୃଷ୍ଟି। ସମାଜର ୯୪ ପ୍ରତିଶତ ଉପେକ୍ଷିତ ଲୋକଙ୍କ ପାଇଁ ଦଳ କାମ କରିବ ବୋଲି ନେତୃମଣ୍ଡଳୀ କହିଥିଲେ।

ଦଳ ପକ୍ଷରୁ କୁହାଯାଇଛି ଯେ, ଖଣି, ଜଙ୍ଗଲ, ପାଣି ଓ ଅନ୍ୟାନ୍ୟ ରାଜସ୍ବ ଆଦାୟ ଠିକ୍‌ଭାବେ ରାଜକୋଷକୁ ଆସିବା ସହିତ ରାଜସ୍ବରେ ସମ୍ବିଧାନ ପ୍ରଦତ୍ତ ଅଧିକାରୀ କାର୍ଯ୍ୟକାରୀ ହେବ। ପଛୁଆ ବର୍ଗଙ୍କ ପାଇଁ ୨୭ଭାଗ ଶିକ୍ଷା, ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଭାଗିଦାରୀ ବ୍ୟବସ୍ଥା କରିବା, ମହିଳା, ଶିଶୁ ତଥା ଦୁର୍ବଳ ଲୋକଙ୍କ ଉପରେ ହୋଉଥିବା ଅତ୍ୟାଚାରକୁ ଆଇନ ପ୍ରୟୋଗ କରି ଦମନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର