ବିଜୁ ମହିଳା ଜନତା ଦଳ ନୂତନ କର୍ମକର୍ତ୍ତା ମନୋନୀତ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ଶୁକ୍ରବାର ନୂତନ କର୍ମକର୍ତ୍ତାଙ୍କୁ ମନୋନୀତ କରିଛି। ବିଜେଡ଼ି ପକ୍ଷରୁ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି। ଏଥି ସହିତ ୧୫ ଜଣ ଉପ-ସଭାପତି, ୧୬ ଜଣ ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି। ସେହପରି ଦଳ ପକ୍ଷରୁ ୧୫ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୩୨ଟି ସାଙ୍ଗଠନିକ ଜିଲ୍ଲା ସଭାପତି ମନୋନୀତ କରାଯାଇଛି। ଏତଦ୍‌ ବ୍ୟତୀତ ବିଜୁ ମହିଳା ଜନତା ଦଳ ୫୮ କାର୍ଯ୍ୟକାରୀ କମିଟି ସଦସ୍ୟ ମଧ୍ୟ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର