ଜାଣନ୍ତୁ ନୂଆବର୍ଷକୁ ନେଇ କ’ଣ ବାର୍ତ୍ତାଦେଲେ ଆମ ରାଜନେତା

ଭୁବନେଶ୍ବର: ନୂଆବର୍ଷ ଆସିଲେ ମନରେ ନୂଆ ଭାବନା  ଆସେ। ନୂଆ କରିବାର ଯୋଜନାରେ ଆରମ୍ଭ ହୁଏ । ତେବେ ଆସନ୍ତୁ ଜାଣିବା ଏହି ନୂଆବର୍ଷକୁ ନେଇ ଆମ ରାଜନେତାମାନେ କ’ଣ କହନ୍ତି।

ଧର୍ମେନ୍ଦ୍ର ପ୍ରଧାନ: ଦେଶର ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ଏହି ବର୍ଷ ଆପଣଙ୍କର ଓ ଆପଣଙ୍କ ପ୍ରିୟଜନଙ୍କ ଜୀବନରେ ଖୁସି ଏବଂ ସମୃଦ୍ଧି ଆଣି‌ ଦେଉ।

ସୌମ୍ୟରଞ୍ଜନ ପଟ୍ଟନାୟକ: ବ୍ୟକ୍ତିଗତ ଭାବେ ମୁଁ ଇଂରାଜି ନୂଆବର୍ଷ ପାଳନ କରିବା ସପକ୍ଷରେ ନୁହଁ। ପ୍ରତିଦିନ ତ ଗେଟେ ନୂଆ ଦିନ। ପ୍ରତିଦିନ ନୂଆ ନୂଆ ଅହ୍ବାନ ଆମେ ସାମ୍ନା କରୁଛୁ। ବର୍ଷଟା ଆମର ୩୬୫ ଦିନ। ଋତୁଚକ୍ରର ଏକ ପୂର୍ଣ୍ଣ ପ୍ରକ୍ରିୟା। ଯେଉଁଠୁ ଆରମ୍ଭ କରିଥାଉ ପୁଣି ସେଇଠି ପହଞ୍ଚୁ। ଗତ ୩୬୫ ଦିନ ଆମର କେମିତି ଗଲା ଓ ଆସନ୍ତା ୩୬୫ ଦିନ ଆମର କେମିତି ଯିବ ଜାଣିବା ପାଇଁ ଏହା ଗୋଟିଏ ଭଲ ମାପକାଠି। ସେଇଦୃଷ୍ଟିରୁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କ ପାଇଁ ୨୦୨୦ ମସିହାଟି ମଙ୍ଗଳମୟ ହେଉ।

ପ୍ରଦୀପ ମହାରଥୀ: ମୁଁ ଖୁବ୍‌ ଆଶାବାଦୀ। ୨୦୨୦ ରାଜ୍ୟ ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଆଶୀର୍ବାଦ ରହୁ । ନୂଆ ଦଶନ୍ଧିର ପ୍ରଥମ ବର୍ଷରେ ରାଜ୍ୟରେ ଉନ୍ନତି ଓ ପ୍ରଗତି ହେବ। ଜନସାଧାରଣ ସୁଖ, ସମୃଦ୍ଧି ଓ ପ୍ରେମରେ ରହନ୍ତୁ, ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।

ସୁର ରାଉତରାୟ: ହେ ଯୁବ ସମାଜ, ହେ ଛାତ୍ର ସମାଜ, ହେ ମହିଳା ସମାଜ! ଏ ଯେଉଁ ପ୍ରକାରର ଦୁଷ୍କର୍ମ ହେଉଛି, ହତ୍ୟା ହେଉଛି, ଛି…। ଏ କାମରେ ମାତନି। ପାଠ ପଢ଼। ଚାଲ ରାଜ୍ୟର ଉନ୍ନତି କରିବ, ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବ।

ବିଜୟ ମହାପାତ୍ର: ମହାପ୍ରଭୁ ଜଗନ୍ନାଥ ରାଜ୍ୟବାସୀଙ୍କୁ ଆଶୀର୍ବାଦ କରନ୍ତୁ । ଓଡ଼ିଶା କଳଙ୍କମୁକ୍ତ ରାଜ୍ୟ ହେଉ । ଓଡ଼ିଶାକୁ ଦେଶର କିପରି ଶ୍ରେଷ୍ଠ ରାଜ୍ୟ କରିବା ସେନେଇ ସମସ୍ତେ ସଂକଳ୍ପବଦ୍ଧ ହୁଅନ୍ତୁ ।

ଅତନୁ ସବ୍ୟସାଚୀ ନାୟକ: ନୂଆବର୍ଷ ରାଜ୍ୟବାସୀଙ୍କ ଲାଗି ମଙ୍ଗଳମୟ ହେଉ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଆଗକୁ ଯାଉ ।

 

ସମ୍ବନ୍ଧିତ ଖବର