ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ ସଂକ୍ରାନ୍ତ ଆଲୋଚନା ନିମନ୍ତେ ଆଜି ଦିଲ୍ଲୀରେ ଏଆଇସିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ସଂପାଦକ ଅଶୋକ ଗେହେଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ ଯୋଗ ଦେଇଥିଲେ। ଦଳ ପକ୍ଷରୁ ପାଣ୍ଠି ସଂଗ୍ରହ ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ ସେ ନେଇ ବିଚାରବିମର୍ଶ ହୋଇଥିଲା। ବୈଠକ ଶେଷ ହେବାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଅନ୍ୟ ସଂପାଦକମାନଙ୍କୁ ସାକ୍ଷାତ କରିଥିଲେ।
ଏଆଇସିସିର ପାଣ୍ଠି ସଂଗ୍ରହ ବୈଠକ : ନିରଂଜନ ଓ କିଶୋର ଯୋଗଦେଲେ
/sambad/media/post_attachments/wp-content/uploads/2018/09/nira-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)