ଭୁବନେଶ୍ବର: ଏକଜିଟ ପୋଲ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଏହାକୁ ବିଶ୍ୱାସଯୋଗ୍ୟ କହିହେବନାହିଁ । ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ହିଁ ଦାୟୀ । ଆମେ ଘଷିପୁରାରୁ ଜିତି ନପାରୁ କିନ୍ତୁ ଭଣ୍ଡାରୀପୋଖରୀରୁ ଜିତିବୁ ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।
/sambad/media/post_attachments/wp-content/uploads/2019/02/jual.jpg)
ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, କେନ୍ଦ୍ରରେ ଆମେ ୩୦୦ରୁ ଅଧିକ ଆସନ ଜିତିବୁ । ବିଧାନସଭା ଆସନରେ ବି ଭଲ ପ୍ରଦର୍ଶନ କରିବୁ । ଖାଲି ଏତିକି ନୁହେଁ, ଭାରତୀୟ ଜନତା ପାର୍ଟି ଓଡିଶାରେ ବେଧଡକ ଭାବେ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୁଏଲ । କାହିଁକି ନା ମୋଦି ମ୍ୟାଜିକ ଓଡିଶାରେ କାମ ଦେଇଛି ଏବଂ ମୋଦିଙ୍କର ଯେଉଁ ହାୱା ଅଛି ସେଥିରେ ଏଥରକ ୩୦୦ ଉପରେ ସିଟ୍ ଯିବ ଏମପିର ଏବଂ ଓଡିଶାରେ ମଧ୍ୟର ୭୦ରୁ ଉପରେ ବିଧାନସଭା ଜିତି ବିଜେପି ସରକାର ଗଢିବ ବୋଲି ପୂରା ଦମ୍ଭ ସହ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ବିଜେପି ନେତା ସଙ୍ଗୀତା ସିଂହଦେଓ ଓ ପ୍ରଦୀପ୍ତ ନାୟକ ମଧ୍ୟ ବିଜେପି ଭଲ କରିବ ବୋଲି କହିଛନ୍ତି ।
/sambad/media/post_attachments/wp-content/uploads/2019/03/sura-routray.jpg)
ଅନ୍ୟପଟେ, ଏକଜିଟ ପୋଲ ନେଇ ନେଇ କଂଗ୍ରେସ ନେତା ପଂଚାନନ କାନୁନଗୋ ଓ ସୁର ରାଉତରାୟ ମଧ୍ୟ ମତ ରଖିଛନ୍ତି । ସୁର ରାଉତରାୟ କହିଛନ୍ତି, ଏକଜିଟ ପୋଲ ଯାହା କହେ ତାହା ସତ ନୁହେଁ , କିନ୍ତୁ ତାହା ପୂରା ମିଛ ମଧ୍ୟ ନୁହେଁ । ୨୩ରେ ଜଣାପଡିଯିବ କି ବାସ୍ତବରେ କିଏ ସରକାର ଗଢିବ ଆଉ କିଏ ନୁହେଁ । ତେବେ କଂଗ୍ରେସରେ ଓଡିଶାରେ କ୍ଷତି ହୋଇଛି । ସେଥିପାଇଁ କର୍ମୀମାନେ ଦାୟୀ । ନିରଂଜନ ପଟ୍ଟନାୟକ ଠିକ୍ ଚଲେଇଥିଲେ । କିନ୍ତୁ କିଛି ଲୋକ ଯେଉଁମାନେ କି ଟିକେଟ ଫେରାଇଦେଲେ ସେମାନେ ଦଳଟାକୁ ବଦନାମ କରିଦେଲେ । ଆଉ ଏହି କାରଣରୁ ହିଁ ଓଡିଶାରେ ଦଳକୁ ବହୁ କ୍ଷତି ସହିବାକୁ ପଡିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ସେପଟେ କେନ୍ଦ୍ରରେ ଏନଡିଏର ସଂଖ୍ୟା କମିବ ଆଉ ରାଜ୍ୟରେ ଜୋରଦାର ପ୍ରତିଯୋଗିତା ହେବ ବୋଲି କହିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Niranjan_Patnaik.jpg)