ବକ୍ସର (ବିହାର) : ତାଙ୍କଦଳଭୋଟ୍ ପାଇକ୍ଷମତାକୁଆସିଲେବିହାରରମୁଖ୍ୟମନ୍ତ୍ରୀନୀତୀଶକୁମାରଜେଲ୍ ଯିବେ ବୋଲି ‘ଲୋକଜନଶକ୍ତିପାର୍ଟି’ର (ଏଲ୍ଜେପି) ନେତାଚିରାଗପାସୱାନରବିବାରଦିନଏକନିର୍ବାଚନୀରାଲିରେକହିଛନ୍ତି।
ବକ୍ସର୍ ଅନ୍ତର୍ଗତଦୁମରାଓଁରେବିହାରବିଧାନସଭାନିର୍ବାଚନପ୍ରଚାରରାଲିରେଉଦ୍ବୋଧନଦେଇପାସୱାନରାଜ୍ୟବାସୀଙ୍କୁକେତେକପ୍ରଶ୍ନପଚାରିଥିଲେ।ସେପଚାରିଥିଲେ, ଯେଉଁମୁଖ୍ୟମନ୍ତ୍ରୀଦୁର୍ନୀତିଗ୍ରସ୍ତ, ଯୁବବିରୋଧୀ, ବିହାରକୁନଷ୍ଟକରନ୍ତି, ଯୁବବର୍ଗଙ୍କୁବିହାରଛାଡ଼ିଚାଲିଯିବାକୁବାଧ୍ୟକରନ୍ତି- ସେଭଳିମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀହୋଇରହିବାକଥାକି? ସେଭଳିମୁଖ୍ୟମନ୍ତ୍ରୀବଦଳିବାକଥାନା, ନାହିଁ? ଏହାପରେ ସେ ଏପରି ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଇ ଦେବା କଥା ବୋଲି କହିଥିଲେ।
Image Courtesy of India Todayପାସୱାନ ଆହୁରି କହିଥିଲେ ଯେ, ବିହାରରେ ନିଶା ନିଷେଧ ବିଫଳ ହୋଇଛି। ଚାରିଆଡ଼େ ବେଆଇନ ମଦ ବିକ୍ରି ହେଉଛି ଏବଂ ନୀତୀଶ କୁମାର ଲାଞ୍ଚ ନେଉଛନ୍ତି।
ଏହି ରାଲିରେ ଏକ ନୀତିଶ ମୁକ୍ତ ସରକାର ଲାଗି ଏଲ୍ଜେପି ନେତା ଚିରାଗ ପାସୱାନ ଆହ୍ବାନ ଦେଇଥିଲେ। ହିନ୍ଦୀରେ ସେ ଟୁଇଟ୍ କରିଛନ୍ତି, ମୋର ଅନୁରୋଧ ଦୟାକରି ‘ବିହାର ଆଗ, ବିହାରୀ ଆଗ’ ନ୍ୟାୟରେ ‘ଏଲ୍ଜେପି’ ପ୍ରାର୍ଥୀମାନଙ୍କୁ ଭୋଟ୍ ଦିଅନ୍ତୁ। ଆଗାମୀ ସରକାର ନୀତୀଶ ମୁକ୍ତ ସରକାର ହେବ।
ପୂର୍ବରୁ ଏନ୍ଡିଏ ମେଣ୍ଟରେ ଥିବା ଏଲ୍ଜେପିର ମୁଖ୍ୟ ଚିରାଗ ପାସୱାନ୍ ଏବେ ଏନ୍ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାରଙ୍କୁ କଟୁ ସମାଲୋଚନା କରୁଛନ୍ତି। କିନ୍ତୁ, ନିଜକୁ ‘ମୋଦୀଙ୍କ ହନୁମାନ’ କହି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବେ ବୋଲି ସେ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/chirag.jpg)