ମଧ୍ୟପ୍ରଦେଶରେ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ପ୍ରଦର୍ଶନ ଉପରେ ରୋକ୍‌ ଲଗାଯାଇ ନାହିଁ: ରାଜ୍ୟ ସରକାର

ନୂଆଦିଲ୍ଲୀ: ଭାରତର ପୂର୍ବନତ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଚଳଚ୍ଚିତ୍ରର ରିଲିଜ୍‌ ଉପରେ ମଧ୍ୟପ୍ରଦେଶରେ ରୋକ ଲଗାଯାଇ ନାହିଁ ବୋଲି ରାଜ୍ୟର ଶାସନ କ୍ଷମତାରେ ରହିଥିବା କଂଗ୍ରେସ ସରକାର ଶୁକ୍ରବାର ଟୁଇଟର୍‌ରେ ସ୍ପଷ୍ଟ କରିଛନ୍ତି। ମଧ୍ୟପ୍ରଦେଶ ସରକାରରଙ୍କ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟର୍‌ରେ କୁହାଯାଇଛି ଯେ ଚଳଚ୍ଚିତ୍ରକୁ ବ୍ୟାନ୍‌ କରିବା ପାଇଁ ସରକାର ଏଯାବତ୍‌ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’  ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ମଧ୍ୟପ୍ରଦେଶରେ ରୋକ୍‌ ଲଗାଯାଇଛି ବୋଲି ଗଣାମଧ୍ୟମରେ ପ୍ରକାଶ ପାଇବା ପରେ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟର୍‌ ଜରିଆରେ ଏ ବାବଦରେ ସ୍ପଷ୍ଟ କରାଯାଇଛି।

ମନମୋହନ ସିଂହଙ୍କ ପରାମର୍ଶଦାତା ସଞ୍ଜୟ ବାରୁ ଡକ୍ଟର ସିଂହଙ୍କ ଉପରେ ସମାନ ଶୀର୍ଷକରେ ଲେଖିଥିବା ପୁସ୍ତକଟିକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଚଳଚ୍ଚିତ୍ରର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇ ଯାଇଛି।  ଏଥିରେ କଂଗ୍ରେସ ଓ ଗାନ୍ଧୀ ପରିବାର ସଂପର୍କରେ ଅନେକ କଥା ଦେଖିବାକୁ ମିଳିବ। ମନମୋହନ ସିଂହଙ୍କ ଭୂମିକା, ଅର୍ଥାତ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଦକ୍ଷ କଳାକାର ଅନୁମମ୍‌ ଖେର୍‌।

ସମ୍ବନ୍ଧିତ ଖବର