ଭୁବନେଶ୍ୱର : ଅନ୍ୟାଦେଶ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ପରିବର୍ତ୍ତନ ହେବେ ନାହିଁ। ଆଜି ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ଜନାର୍ଦନ ଦ୍ୱିବେଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏଭଳି ଏକ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି, ସାଂଗଠନିକ ନିର୍ବାଚନ ପରେ ପିସିସି, ଆଞ୍ଚଳିକ କଂଗ୍ରେସ କମିଟି ସଭାପତିମାନେ ନିଜ ନିଜ ପଦରେ ରହିବେ।ଏହାକୁ ନେଇ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ ନେତୃତ୍ୱର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲ ଭିନ୍ନ ଭିନ୍ନ ଭାବେ ଚିତ୍ରଣ କରୁଛନ୍ତି। ସଭାପତି ପରିବର୍ତ୍ତନର ବିପକ୍ଷରେ ଥିବା ନେତାମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ନେତୃତ୍ୱର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରି ଖୁସି ମନାଇବା ଆରମ୍ଭ କରିଛନ୍ତି। ଆଶା ପ୍ରକଟ କରିଛନ୍ତି ଯେ ବର୍ତ୍ତମାନ ଆଉ ପିସିିସି ପରିବର୍ତ୍ତନ ହେବାର ନାହିଁ। ଅନ୍ୟପଟରେ ପିସିସି ସଭାପତି ପରିବର୍ତ୍ତନ ନେଇ ଆଶାବାଦୀ ଥିବା ନେତାମାନେ ଏକାଠି ହୋଇ ଚରମ ନିଷ୍ପତ୍ତି ନେବା ପାଇଁ ବିଚାର ଆଲୋଚନା ଆରମ୍ଭ କରିଛନ୍ତି। ଆଜି ରାତିରେ ଦଳର କିଛି ନେତା ଏକାଠି ହୋଇ ଏ ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଖବର ମିଳିଛି।
ଅନ୍ୟାଦେଶ ପର୍ଯ୍ୟନ୍ତ ପିସିସି ପରିବର୍ତନ ହେବନି
/sambad/media/post_attachments/wp-content/uploads/2018/01/pcc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)