ରାହୁଲଙ୍କ ଓଡ଼ିଶା ଗ୍ରସ୍ତ ପୂର୍ବରୁ ବିରୋଧୀଙ୍କ ଏହା ଏକ ଚକ୍ରାନ୍ତ : ଦିଲ୍ଲୀ ପୁଲିସ ସମନ ବାବଦରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁତ୍ର ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସର ନୋଟିସ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ । ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି ଓ ନୋଟିସ ପାଇଲେ ସେ ନିଶ୍ଚିତ ଭାବରେ ହାଜର ହୋଇ ପୁଲିସକୁ ସହଯୋଗ କରିବେ । କିନ୍ତୁ ସେ ନିଜେ କେତେ ସ୍ୱଚ୍ଛା ତାହା ଜାଣନ୍ତି । ଏଣୁ ସେ କାହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି । ଯଦି କୌଣସି ଭୁଲ କରିଛି ତାହାହେଲେ ପୁଲିସ ବାନ୍ଧୁ ବୋଲି ସେ କହିଛନ୍ତି ।

“୧୦-୧୨ ବର୍ଷ ତଳେ ଭାବାସୀ କମ୍ପାନିର ନିର୍ଦ୍ଦେଶକ ଥିଲି କିନ୍ତୁ କେବେଠାରୁ ସେଥିରୁ ଇସ୍ତଫା ଦେଇଦେଇଛି” ବୋଲି ସେ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗାମୀ ଓଡ଼ିଶା ଗ୍ରସ୍ତ ପୂର୍ବରୁ ସରକାରଙ୍କ ଏହା ଏକ ଚକ୍ରାନ୍ତ ବୋଲି ସେ କହିଛନ୍ତି । କିନ୍ତୁ ସେ ଏହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର