ଦିଲ୍ଲୀରେ ଆପ୍‌ ସହ ମେଣ୍ଟ କରିବନି କଂଗ୍ରେସ: ସ୍ପଷ୍ଟ କଲେ ରାହୁଲ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସହ ଗଠବନ୍ଧନ କରିବ ନାହିଁ କଂଗ୍ରେସ। ଏ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି କି ଦିଲ୍ଲୀରେ ଥିବା ୭ଟି ଲୋକସଭା ଆସନ କଂଗ୍ରେସ ଜିତିବ। ତେଣୁ, ଆପ୍‌ ସହ ମେଣ୍ଟର କୌଣସି ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ କି ଯେ ୨୦୧୪ ଲୋକସଭା ନିର୍ବାଚନରେ ସମସ୍ତ ୭ଟି ଆସନ ଜିତିଥିଲା ବିଜେପି।

ସୋମବାର ଆପ୍‌ ନେତା ଗୋପାଲ ରାୟ କହିଛନ୍ତି କି ତାଙ୍କ ଦଳ କଂଗ୍ରେସ ସହ ମେଣ୍ଟ କରିବ ବୋଲି ସେ ସଂପର୍କରେ କୌଣସି କଥା ହୋଇ ନାହିଁ। ଆଗାମୀ ଲୋକସଭା ନିର୍ବାଚନରେ ଦଳ ନିଜ ସାମର୍ଥ୍ୟ ବଳରେ ୭ଟି ଆସନ ପାଇଁ ନିର୍ବାଚନ ଲଢ଼ିବ।

ରାୟ ଆହୁରି ବି କହିଛନ୍ତି କି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଆସନ୍ତା ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା କରିବାକୁ ଖୁବ୍‌ ଶୀଘ୍ର ଦଳର ସମସ୍ତ ରାଜ୍ୟ ମୁଖ୍ୟ ଓ ବିଧାୟକଙ୍କୁ ନେଇ ଏକ ବୈଠକ ଡକାଇବେ।

ସମ୍ବନ୍ଧିତ ଖବର