ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜପଥ ଓ ଜାହଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ନିଜକୁ ‘ଆରଏସ୍‌ଏସ୍‌ କର୍ମୀ’ କହିଛନ୍ତି। ଗଡ଼କରୀ ଶୁକ୍ରବାର କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶା ରଖି ନାହାନ୍ତି ଏବଂ ତାଙ୍କ ପାଇଁ ଦେଶ ବଡ଼ ବୋଲି କହିଛନ୍ତି। ନୀତିନ ଗଡ଼କରୀ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ପରିମାଣରେ ଭୋଟ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ରାସ୍ତା ଆଗକୁ ବଢ଼ିବ। ଆମେ ପଛରେ ଛିଡ଼ା ହୋଇଥିବୁ ବୋଲି ଗଡ଼କରୀ କହିଛନ୍ତି।

Advertisment

publive-image

ନୀତିନ ଗଡ଼କରୀ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ମୁଁ ଆରଏସଏସ କର୍ମୀ। ଆମର ମିଶନ ହେଉଛି ଦେଶ ପାଇଁ କାମ କରିବା। ବିକାଶ ଏବଂ ବୃଦ୍ଧି ମାମଲାରେ ଦେଶ ମୋଦିଙ୍କ ନେତୃତ୍ୱରେ ବିକାଶ କରୁଛି। ଆମେ ତାଙ୍କ ପଛରେ ଛିଡ଼ା ହୋଇଛୁ। ମୁଁ ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନ ଉଠୁ ନାହିଁ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତା ଜାରି ରଖିବ।