ଭୁବନେଶ୍ବର: ନୂଆପଡ଼ା ପାଇଁ ବାଜିଲା ବିଗୁଲ । ନୂଆପଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ଆଉ ନଭେମ୍ୱର ୧୪ ତାରିଖରେ ହେବ ଭୋଟ ଗଣତି, ଏବଂ ଘୋଷଣା ହେବ ଫଳାଫଳ ।

Advertisment

ନୂଆପଡ଼ା ଉପ-ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହୋଇଥିବା ବେଳେ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ଅକ୍ଟୋବର ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବାର ସମୟ ସ୍ଥିର କରାଯାଇଛି । ସେହିପରି ନଭେମ୍ବର ୧୧ରେ ଭୋଟ ପଡିବାକୁ ଥିବାବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । 

559671594_1241300238025584_4435795648424568325_n

ବିହାର ସହ ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା । ତେବେ ଏବେ ତାରିଖ ଘୋଷଣା ପରେ ଏହି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନଜର ରହୁଛି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବାରୁ ବିଜେପି ପାଇଁ ଏହା ସମ୍ମାନର ଲଢେଇ ।

Untitled-30

ସେପଟେ ବିହାରରେ ଦୁଇଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ନଭେମ୍ୱର ୬ ଓ ୧୧ ତାରିଖରେ ମତଦାନ । ୧୪ ନଭେମ୍ୱରରେ ବିହାର ନିର୍ବାଚନର ଫଳାଫଳ ଆସିବ । ବିହାର ନିର୍ବାଚନ ପାଇଁ ନିର୍ବାଚନ କମିସନ ମୋଟ ୯୦ ହଜାର ୧୭୨ ପୋଲିଂ ଷ୍ଟେସନର ବ୍ୟବସ୍ଥା କରିଛନ୍ତି । ପ୍ରାୟତଃ ଗୋଟିଏ ପୋଲିଂ ଷ୍ଟେସନରେ ୮୧୮ ଜଣ ଭୋଟର ଭୋଟ୍ ଦେବେ । ଏହା ଭିତରୁ ସହରରେ ୧୩ ହଜାର ୯୧୧ ପୋଲିଂ ଷ୍ଟେସନ ଏବଂ ଗ୍ରାମାଞ୍ଚଳରେ ୭୬ ହଜାର ୮୦୧ ପୋଲିଂ ଷ୍ଟେସନ ଗଠନ କରାଯିବ । ସବୁ ପୋଲିଂ ଷ୍ଟେସନରେ ଓ୍ୱେବ କାଷ୍ଟିଂ କରାଯିବ ଏବଂ ଫେକ୍ ନ୍ୟୁଜ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଟଙ୍କା, ମଦ କାରବାର ଉପରେ ନଜର ରହିବ । ଭୋଟରଙ୍କୁ ଧମକ ମନା, ହିଂସା ପ୍ରତି ଶୂନ୍ୟ ସହନଶୀଳତା ।