କୋଲକାତା: ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ନୁସରତ ଜହାଁ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ନୁସରତ୍ ତାଙ୍କ ସ୍ୱାମୀ ନିଖିଲ୍ ଜୈନ୍ଙ୍କ ସହ ମିଶି କୋଲକାତାରେ ଦୁର୍ଗା ଅଷ୍ଟମୀ ଅବସରରେ ମାଆ ଦୁର୍ଗାଙ୍କୁ ଭକ୍ତି ଭାବରେ ପୂଜା କରି ଆଶୀର୍ବାଦ ନେଇଛନ୍ତି। ନୁସରତ ନାଲି ରଂଗର ଶାଢ଼ି ସହ ଏକ ସୁନେଲି ରଂଗର ବ୍ଲାଉଜ୍ ପିନ୍ଧି ନିଆରା ଦିଶୁଛନ୍ତି। ଏହା ହେଉଛି ତାଙ୍କ ପାଇଁ ପ୍ରଥମ ଦୁର୍ଗା ପୂଜା। ଏହି ଅବସରରେ ନୁସରତଙ୍କୁ ନେଇ ଜନୈକ ମୌଲବୀ କହିଛନ୍ତି କି ସେ ତାଙ୍କ ଧର୍ମ ପରିବର୍ତ୍ତନ କରିଦେବା ଉଚିତ। ଏପରି ଆଚରଣ ଦ୍ବାରା ସେ ଇସଲାମ୍ ଧର୍ମର ଓ ମୁସଲିମମାନଙ୍କର ଅପମାନ କରୁଛନ୍ତି।
Hindi News - India TVମୌଲବୀ ଆହୁରି କହିଛନ୍ତି ଯେ, ‘ନୁସରତ ଏପରି ପ୍ରଥମ ଥର କରିନାହାନ୍ତି। ସେ ପୂର୍ବରୁ ଏପରି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି। ଇସ୍ଲାମ ଧର୍ମ ଆଲ୍ଲାଙ୍କ ବ୍ୟତୀତ ଆଉ କାହାକୁ ପୂଜା କରିବାକୁ ଅନୁମତି ଦିଏ ନାହିଁ। ସେ ତାଙ୍କର ନାମ ଓ ଧର୍ମ ପରିବର୍ତ୍ତନ କରିବା ଉଚିତ। ସେ ଏମିତିରେ ବି ଅଣ-ମୁସ୍ଲମାନଙ୍କୁ ବିବାହ କରି ସାରିଛନ୍ତି। ଇସ୍ଲାମକୁ ଏମିତିଆ ବ୍ୟକ୍ତିର ଜମା ବି ଆବଶ୍ୟକତା ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Untitled-5.jpg)