ଭୁବନେଶ୍ବର : ରାଜ୍ୟ ବିଜେପିର ୨୪ ଘଣ୍ଟିଆ ନିର୍ବାଚନ ପ୍ରକୋଷ୍ଠ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ, ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରୁଥିବା ସରକାରଙ୍କ ବିରୋଧରେ କାର୍ଯ୍ୟପନ୍ଥା, ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ଉପରେ ଦୃଷ୍ଟି ରଖିବା, ନିର୍ବାଚନ କମିସନ୍, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବା ଆଦି କାର୍ଯ୍ୟରେ ଏହି ପ୍ରକୋଷ୍ଠ କାମ କରିବ। ଏହାର ମୁଖ୍ୟ ଭାବେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ମୁଖ୍ୟ ସଂଯୋଜକ ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଓ ଅଶୋକ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରକୋଷ୍ଠର ସଦସ୍ୟ ଭାବେ ଆଇନଜୀବୀ ରବୀନ୍ଦ୍ର ସର, ସୌରୀବନ୍ଧୁ ମହାପାତ୍ର, ରବିଶଙ୍କର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ଦାସ, ଜୟନ୍ତ କୁମାର ଜେନା, ଉମା ପଟ୍ଟନାୟକ, ଅନିଲ କୁମାର ଶତପଥୀ, ସତ୍ୟବ୍ରତ ନାୟକ, ଦିବାକର ହରିଚନ୍ଦନ, ବିଜୟ କୁମାର ସିଙ୍ଗମ, ଅତୁଲ କୁମାର ମହାନ୍ତି, ବିଶ୍ବ ରଞ୍ଜନ ପଟ୍ଟନାୟକ, ଚିତ୍ତ ରଞ୍ଜନ ଦାସ ଓ ମୁରଲୀ ମନୋହର ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ଖୋଲିଲା ବିଜେପିର ୨୪ ଘଣ୍ଟିଆ ନିର୍ବାଚନ ପ୍ରକୋଷ୍ଠ
/sambad/media/post_attachments/wp-content/uploads/2019/03/bjp-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)