ରାଜ୍ୟ ସରକାରଙ୍କ ଦୁର୍ନୀତିର ପ୍ରତିବାଦ : ୨୭ରୁ ବିଜେପିର ବ୍ଲକ୍ ଘେରାଉ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ବିରୋଧରେ ବିଜେପି ‌େଜାର୍‌ଦାର୍ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୭ ତାରିଖରୁ ଦଳ ପକ୍ଷରୁ ସମସ୍ତ ବ୍ଲକ୍‌ ଘେରାଉ କରାଯିବ। ୨୭, ୨୯ ଓ ୩୦ ତାରିଖରେ ପର୍ଯ୍ୟାୟକ୍ରମେ ଏହି ଘେରା‌ଉ ହେବ।

ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ଚିଟ୍‌ଫଣ୍ଡ୍, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିରେ ଓଡ଼ିଆ ଆଜି ନିଷ୍ପେସିତ। ସେହି କୃଷି ଋଣ ଜାଲିଆତି, ଧାନ କିଣାରେ ଚଞ୍ଚକତା କରି ସହାୟକ ମୂଲ୍ୟ ନ ଦେବା, ଇନ୍‌ପୁଟ୍ ସବ୍‌ସିଡିର ବାଟମାରଣା କରିବା ଓଡ଼ିଆ ଚାଷୀଙ୍କୁ ବାଧୁଛି। ‘ଆମ ଗାଁ ଆମ ବିକାଶ’ରେ ଏବେ ସରକାରୀ ପାଣ୍ଠି ବିଜେଡିର ଦଲାଲ, ଠିକାଦାରଙ୍କ ବିକାଶରେ ଲାଗୁଛି। ସେହିପରି ଗ୍ରାମସଭା, ପଲ୍ଲୀସଭା, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅଧିକାର ଛଡ଼ାଇ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଚିଠାରେ କାମ ବଣ୍ଟାଯାଉଛି। ବିନା ଟେଣ୍ଡର୍‌ରେ ହେଉଥିବା କାମର ଟଙ୍କାକୁ ବିଜେଡି ନେତା ଓ କର୍ମୀ ଖାଇଯାଉଛନ୍ତି। ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାଁ ସାର୍ବଜନୀନ ନ କରି ଦଳୀୟ କର୍ମୀଙ୍କୁ ସରକାରୀ ଅର୍ଥର ଲାଭ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ୧୯ ବ‌ର୍ଷର ବିଜେଡିର ସରକାରରେ ପିସିରେ ଓଡ଼ିଆମାନେ ପେଶି ହୋଇଗଲେଣି। ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ ଓ କର୍ମୀ ସାଧାରଣ ଓଡ଼ିଆଙ୍କ ଝାଳବୁହା ଅର୍ଥର ଟିକସକୁ ବାଟମାରଣା କରୁଛନ୍ତି। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥକୁ ବ୍ୟଭିଚାର ଓ ଭ୍ରଷ୍ଟାଚାର ରାସ୍ତାରେ ଦଳର ଧନୀ ନେତା ଓ କର୍ମୀଙ୍କ ପାଖରେ ପହଞ୍ଚାଇ ‌େ‌ସଥିରୁ ରାଜନୈତିକ ଲାଭ ଷଡ଼ଯନ୍ତ୍ରର ମୁଖ୍ୟ ଖଳନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ସେ ହିଁ ସବୁ ଦୁର୍ନୀତିର କାର୍ପଟ୍‌ଦାର। ସେହିପରି ବିଜୁ ଯୁବ ବାହିନୀରେ ଯେଉଁ ଯୁବକମାନଙ୍କୁ ଚୟନ କରାଯାଇଛି, ତାହା ସ୍ବଚ୍ଛ ଓ ନିର୍ମଳ ପ୍ରକ୍ରିୟାରେ କରାଯାଇଛି କି ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ଏ ସବୁ ବିରୋଧରେ ରାଜ୍ୟବ୍ୟାପୀ ସବୁ ବ୍ଲକ୍‌ରେ ଦଳର କର୍ମୀମାନେ ବି‌େକ୍ଷାଭ ପ୍ରଦର୍ଶନ କରିବେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ମୁଖପାତ୍ର ଗୋଲକ ମହାପାତ୍ର ଓ ଅନୁଗୁଳ ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର