ରାଜ୍ୟ କ˚ଗ୍ରେସ ଲିଗାଲ ସେଲ୍‌ ପରିବର୍ଧିତ

ଭୁବନେଶ୍ବର : ଓଡିଶା ପ୍ରଦେଶ କ˚ଗେସ କମିଟିର ଆଇନ୍‌ ବିଭାଗ(ଲିଗାଲ ସେଲ୍‌)କୁ ପରିବର୍ଧିତ କରାଯାଇଛି। ଏଥିରେ ଦଳୀୟ ନେତାମାନଙ୍କୁ ରାଜ୍ୟ କର୍ମକର୍ତା ଭା‌େବ ନିଯୁକ୍ତି ଦିଆଯାଇଛି। ସେହି କର୍ମକର୍ତାଙ୍କ ତାଲିକାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ ଦେଇଛନ୍ତି। ଏହି ପରିବର୍ଧିତ ଲିଗାଲ୍‌ ସେଲ୍‌ର ଉପଦେଷ୍ଟା ମଣ୍ତଳୀରେ ରବି ମହାନ୍ତି, ବିଷ୍ଣୁଚରଣ ବାରିକ, ଶରତ ରାଉତରାୟ, ଆତ୍ମପ୍ରକାଶ ମହାନ୍ତି, ଧ୍ରୁବଚରଣ ଜେନା ଏବଂ ଉପାଧ୍ୟକ୍ଷ ଭାବେ ଦିଲ୍ଲିପ କୁମାର ବେହେରା ଓ ଉପେନ୍ଦ୍ର ସାମନ୍ତରାୟ ରହିଛନ୍ତି। ସେହିପରି ରାଜ୍ୟସ୍ତରୀୟ ସ˚ଯୋଜକ ଭାବେ ସୂର୍ଯ୍ୟନାରାୟଣ ପଣ୍ତା ଓ ରସିକଚାନ୍ଦ ପଟ୍ଟନାୟକ ଏବ˚ ମିଡିଆ ସ˚ଯୋଜକ ଭାବେ ବିଭୁ ମହାପାତ୍ର ରହିଛନ୍ତି। ଏହାର ସାଧାରଣ ସଂପାଦକ ଭାବେ କୃଷ୍ଣଚରଣ ବିଷୋୟୀ, ଚିତ୍ତର˚ଜନ ବେହେରା, ସରୋଜ ଆଚାର୍ଯ୍ୟ, ଭୂପତି ପଟ୍ଟନାୟକ, ଦିଲ୍ଲିପ କୁମାର ପଟ୍ଟନାୟକ(କଟକ), ସୁବାସ ମହାନ୍ତି, ସ‌ନ୍ତୋଷ କୁମାର ଲେଙ୍କା, ପ୍ରଦୀପ କୁମାର ଦାସ, ଦିଲ୍ଲିପ ପଟ୍ଟନାୟକ(ବିଷମ କଟକ), ବିଜୟ ମଲ୍ଲିକ, ଋଷିବର ପୃଷ୍ଟି, ନିତ୍ୟାନନ୍ଦ ରାଉତରାୟ ଓ ଶ୍ୟାମ ନରେଶ ମହାନ୍ତି ଏବଂ ସ˚ପାଦକ ଭାବେ ନିହାର ର˚ଜନ ମହାପାତ୍ର, ବିଭୂତି ଭୂଷଣ ଚୌଧୁରୀ ଓ ମନୋଜ ବେହେରା, ଗଞ୍ଜାମ ଜିଲ୍ଲା କ˚ଗ୍ରେସ ଲିଗାଲ ସେଲ୍‌ର ଅଧ୍ୟକ୍ଷ ଭାବେ ଶିବରାମ ପାତ୍ର ନିଯୁକ୍ତି ପାଇଛନ୍ତି ବୋଲି ଲିଗାଲ ସେଲ୍‌ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର