ଓଡିଶା କ˚ଗ୍ରେସର ମିଡିଆ କମିଟି ଗଠିତ, ୨୯ଜଣ ମୁଖପାତ୍ର ନିଯୁକ୍ତ

ଭୁବନେଶ୍ବର : ଆଜି ପ୍ରଦେଶ କ˚ଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ମିଡିଆ ଓ ଯୋଗାଯୋଗ ବିଭାଗର କମିଟି ଗଠନ କରିଛି। ଏହି କମିଟିରେ ୨୯ଜଣ ମୁଖପାତ୍ର ନିଯୁକ୍ତି ପାଇଛନ୍ତି। ଏ ନେଇ ପିସିସି ସଭାପତିଙ୍କ ସୁପାରିସକୁ ଅଖିଳ ଭାରତ କ˚ଗ୍ରେସ କମିଟି(ଏଆଇସିସି) ଅନୁମୋଦନ ଦେଇଛି।

ଏକ ପ୍ରେସ୍‌ ବିବୃତି ଜରିଆରେ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଜଣାଇଛନ୍ତି ଯେ ନବଗଠିତ କମିଟିରେ ବରିଷ୍ଠ ମୁଖପାତ୍ର ଭା‌େବ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜୟଲକ୍ଷ୍ମୀ ସାହୁ, ବିଧାୟକ ଡା. ପ୍ରଫୁଲ୍ଲ ମାଝୀ, ଡ. ହମିଦ୍‌ ହୁସେନ୍‌, ବିଧାୟକ ଅ˚ଶୁମାନ ମହାନ୍ତି, ସୁଚରିତା ମହାନ୍ତି ଓ ସମରେନ୍ଦ୍ର ମିଶ୍ର ନିଯୁକ୍ତି ପାଇଛନ୍ତି। ସେହିପରି ମୁଖପାତ୍ର ଭାବରେ ବିଭୁ ପ୍ରସାଦ ତରାଇ, ସସ୍ମିତା ବେହେରା, ବିନାୟକ ଦାସମହାପାତ୍ର, ଅମୀୟ ପାଣ୍ତବ, ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀ ପୃଷ୍ଟି, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିମା˚ଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ୍‌ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦୁ ମଜୁମଦାର, ନିକୁ ପଶାୟତ, ଡ. ସ୍ମୃତିର˚ଜନ ଲେଙ୍କା ନିଯୁକ୍ତ ହୋଇଛନ୍ତି।

ଏହି ବିଭାଗକୁ ଆବଶ୍ୟକୀୟ ସ୍ଥଳେ ପରାମର୍ଶ ଏବ˚ ତଥ୍ୟ ଯୋଗାଇଦେବା ପାଇଁ ପ୍ରଦେଶ କ˚ଗ୍ରେସ ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଗଣେଶ୍ବର ବେହେରା, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡ. ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଏହାଛଡ଼ା ମିଡିଆ ସ˚ଯୋଜକ ଭାବେ ଫଟୋ ସାମ୍ବାଦିକ ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍‌ ପ୍ରକାଶ ସାହୁ, ମାନସ ମହାପାତ୍ର ଓ ସୂର୍ଯ୍ୟ ନାରାୟଣ ପଣ୍ତାଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର