ଭୁବନେଶ୍ବର : ଓଡ଼ିଶା କ˚ଗ୍ରେସ ଇସ୍ତାହାର କମିଟି ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ରାଜ୍ୟବାସୀଙ୍କ ପରାମର୍ଶ ଲୋଡ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ‘କ˚ଗ୍ରେସ ଇସ୍ତାହାର, ଆମର ସ୍ବର’ ପ୍ରସ୍ତୁତି କାର୍ଯ୍ୟରେ ରାଜ୍ୟବାସୀଙ୍କ ପରାମର୍ଶ ଓ ସହଯୋଗ ଏକ ମହତ୍ବପୂର୍ଣ୍ଣ ଅବଦାନ ହେବ ବୋଲିି ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଆଶାବ୍ୟକ୍ତ କରିଛନ୍ତି। ଇଛୁକ ଅନୁଷ୍ଠାନ ଓ ବ୍ୟକ୍ତିମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ସେମାନଙ୍କର ମତାମତ ଗଣେଶ୍ବର ବେହେରା, ଅଧ୍ୟକ୍ଷ, ପ୍ରଦେଶ କ˚ଗ୍ରେସ ଇସ୍ତାହାର କମିଟି, କ˚ଗ୍ରେସ ଭବନ, ୟୁନିଟ-୨, ଭୁବନେଶ୍ବର- ୭୫୧୦୦୯ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି।