ଚଳିତ ନିର୍ବାଚନରେ ଓଡ଼ିଶା ସାରା ଭାରତକୁ ଚମକାଇ ଦେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଓଡ଼ିଶା ସାରା ଭାରତକୁ ଚମକାଇ ଦେବ। ଓଡ଼ିଶା ଦ୍ୱିତୀୟ ତ୍ରିପୁରା ହୋଇଯିବ। ମୁଁ ଗତ ଦିନରେ ଓଡ଼ିଶାରୁ ଫେରିଛି ଏବଂ ସେଠି ଲୋକଙ୍କର ଉତ୍ସାହ ବହୁତ ରହିଥିବା ଦେଖିଛି। ଆଜି ‘ମୁଁ ଚୌକିଦାର’ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରାପଡ଼ା ଲୋକଙ୍କ ସହ ସିଧା ଅଲୋଚନା ରଖି ମୋଦୀ ଏହା କହିଛନ୍ତି।

ବର୍ଷ ୨୦୧୪ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଦେଶର ପ୍ରଥମ ସେବକ ଏବଂ ଚୌକିଦାର ରୂପରେ ଅଭିହିତ କରିଛନ୍ତି। ଚୌକିଦାର ଶବ୍ଦକୁ ପରିଭାଷିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେଉଁମାନେ ଗରିବ, ଭ୍ରଷ୍ଟାଚାର ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢ଼େଇ କରୁଛନ୍ତି ସେମାନେ ସମସ୍ତେ ଦେଶର ଚୌକିଦାର। ଭାରତର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଥିବା ଲୋକମାନେ ହିଁ ଚୌକିଦାର ଅଟନ୍ତି ବୋଲି ମୋଦୀ କହିଛନ୍ତି।

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ତାଳକୋଟରା ଷ୍ଟାଡିୟମରେ ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫ୍ରେନସିଙ୍ଗ ମାଧ୍ୟମରେ ଦେଶର ୫୦୦ ସ୍ଥାନର ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ବାଦ ରଖିଥିଲେ।

ସମ୍ବନ୍ଧିତ ଖବର