ଭୁବନେଶ୍ବର: ସୋମବାର ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏଥିପାଇଁ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ହୋଇଛି।

Advertisment

ସେଥିମଧ୍ୟରୁ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି । ସେହିପରି ବରଗଡରେ-୨୨.୦ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦,୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ମତଦାନ ହୋଇଛି ।