ପ୍ରଦେଶ ଶିକ୍ଷକ କଂଗ୍ରେସ ପୁନଃଗଠିତ

୧୯୮୧ରୁ ପ୍ରଚଳିତ ଶିକ୍ଷକ ସମାଜର ମୂଳ ଦାବି ପୂରଣ କରିବ କଂଗ୍ରେସ: ନିରଞ୍ଜନ

ଭୁବନେଶ୍ବର : ୧୯୭୪ ଡିସେମ୍ବର ୧୩ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ରାଜ୍ୟର ଶିକ୍ଷକ ସମାଜ ପାଇଁ ପୂର୍ଣ୍ଣ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥା ପ୍ରଚଳନ କରିଥିଲେ। ୧୯୮୧ ଡିସେମ୍ବର ୭ ତାରିଖରୁ ଏହାକୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କାର୍ଯ୍ୟକାରୀ କରିଥିଲେ। ରାଜ୍ୟର ସମସ୍ତ ଶିକ୍ଷକ ସମାଜର ଏହି ମୂଳ ଦାବି ଓ ଅବସର ସୁବିଧା ବ୍ୟବସ୍ଥାର ପୁନଃ ପ୍ରଚଳନ କରାଯିବ ବୋଲି ପ୍ରଦେଶ କ˚ଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଏ ନେଇ ପିସିସି ସଭାପତି କହିଛନ୍ତି ଯେ ୨୦୦୪ ମସିହା ଫେବ୍ରୁଆରି ୫ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ୧୧ ପ୍ରକାର ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ସ˚ପୂର୍ଣ୍ଣ ଅମାନୁଷିକ। ଏହାକୁ ତୁରନ୍ତ ଉଚ୍ଛେଦ କରାଯିବା ଆବଶ୍ୟକ। ଏଥିପାଇଁ କଂଗ୍ରେସ ସଂକଳ୍ପବଦ୍ଧ। ପୁନଃ ଗଠିତ ଓଡିଶା ପ୍ରଦେଶ ଶିକ୍ଷକ କ˚ଗ୍ରେସର ଅଧିବେଶନରେ ଅଧ୍ୟକ୍ଷତା କରି ଶିକ୍ଷକ କ˚ଗ୍ରେସ ସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ କହିଲେ, କ˚ଗ୍ରେସ ଦ୍ବାରା ହିଁ ଶିକ୍ଷକ ସମାଜର ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ସେଥିପାଇଁ ସେ ଓଡିଶାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଶିକ୍ଷକଙ୍କ ସକ୍ରିୟ ସହଯୋଗ ପାଇଁ ନିବେଦନ କରିଥିଲେ।

ନବଗଠିତ ଶିକ୍ଷକ କ˚ଗ୍ରେସର ଶୁଭେଚ୍ଛୁ ରୂପେ ଡ. ରାଧାକାନ୍ତ ନାୟକ, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଦାଶରଥି ନାୟକ, ଏହାର କାର୍ଯ୍ୟକାରୀ ସଭାପତି ଭାବେ କୈଳାସ ଚନ୍ଦ୍ର ବରାଳ, ନିରଦ ବରଣ ଖୁଣ୍ଟିଆ ଓ ଗୁଣମଣି ସା, ଉପସଭାପତି ଭାବେ ନିର୍ମଳକାନ୍ତ ମହାନ୍ତି, ପୁରନ୍ଦର ଦାଶ, ହାଡିବନ୍ଧୁ ରାଉତ, ଗୋଦାବରୀଶ ପାଇକରାୟ, ପ୍ରଫୁଲ କୁମାର ନାୟକ, ବୀଣାପାଣି ସାମଲ, ପ୍ରଣବ ପାଟ୍ଟଯୋଶୀ, ବିପ୍ରବର ସାହୁ, ବିର˚ଚି ନାରାୟଣ ମଣ୍ତଳ, କାଳନ୍ଦୀ ଚରଣ ସାହୁ, ରାଜକିଶୋର ଜେନା, ଗୋଲକ ବିହାରୀ ସାହୁ, ରାଜକିଶୋର ଖଟୁଆ, ବ୍ରଜକିଶୋର ସାହୁ ଓ କୋଷାଧ୍ୟକ୍ଷ ଭାବେ ଗତିକୃଷ୍ଣ ଉତ୍ତରକବାଟ ରହିଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ନବଗଠିତ ଓଡିଶା ପ୍ରଦେଶ ଶିକ୍ଷକ କ˚ଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର