ବନ୍ଦ ଡାକରା ବିଫଳ: ବିଜେଡି

ଭୁବନେଶ୍ୱର : ଆଜିର ଓଡ଼ିଶା ବନ୍ଦ ଡାକରାକୁ ବିଫଳ ବୋଲି କହିଛି ବିଜେଡି। ଆଜି ଯେଉଁ ବନ୍ଦ ଡାକରା ଦିଆଯାଇଥିଲା, ତାହା ପ୍ରକୃତରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିତୀୟ ସ୍ଥାନକୁ ଆସିବା ପାଇଁ ଲଢ଼େଇ ଥିଲା ବୋଲି କହିଛନ୍ତି ବିଜେଡି ସମ୍ପାଦକ ବିଜୟ ନାୟକ କହିଛନ୍ତି।

ଶ୍ରୀ ନାୟକ କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ପରେ ଏଥିରୁ ରାଜନୈତିକ ଫାଇଦା ହାସଲ ଲାଗି ବିଜେପି ସବୁ ଉଦ୍ୟମ ଆରମ୍ଭ କରିଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ କଂଗ୍ରେସ ଏହାକୁ ‘ହାଇଜାକ୍‌’ କରିନେଲା। ବିଜେପି ଏହି ପ୍ରସଙ୍ଗକୁ ଲମ୍ବାଇବା ପାଇଁ ଯୋଜନା କରି ପ୍ରଥମେ ଅବିଭକ୍ତ କୋରାପୁଟ ବନ୍ଦ ଡାକରା ଦେଇଥିଲା। କିନ୍ତୁ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେବାରୁ ବିଜେପିର ସବୁ ଯୋଜନା ପାଣି ଫୋଟକା ପରି ହୋଇଯାଇଥିଲା। ଏହାକୁ ରାଜ୍ୟବାସୀ ଗ୍ରହଣ କରି ନ ଥିଲେ। ଉଭୟ ଦଳର ବୟାନବାଜିରୁ ଜଣାପଡ଼ୁଥିଲା ଯେ ଓଡ଼ିଶାରେ ଦୁଇ ନମ୍ବର ସ୍ଥାନକୁ ଯିବା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ବାହାନାରେ ଏହା ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ଭିତରେ ହାତାହାତି ହେବା ଏହା ପ୍ରମାଣ କରୁଛି। ଓଡ଼ିଶା ବନ୍ଦ ସମ୍ପୂର୍ଣ୍ଣ ଅର୍ଥହୀନ ହୋଇ ଓ ଓଡ଼ିଶାବାସୀ ଏହାକୁ ସମର୍ଥନ କରି ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପିର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଅମାନବୀୟ।

ସମ୍ବନ୍ଧିତ ଖବର