ଜୟପୁର/ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗହଲଟଙ୍କ ଏକାଧିକ ଅନୁରୋଧକ୍ରମେ ଅଗଷ୍ଟ ୧୪ ତାରିଖ ଠାରୁ ବିଧାନସଭା ଅଧିବେଶନ ଲାଗି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଚୂଡ଼ାନ୍ତ ଅନୁମୋଦନ ଦେବାର ଦିନକ ପରେ ହରିୟାଣାରେ ଶିବିର ପକାଇଥିବା ବିଦ୍ରୋହୀ ବିଧାୟକମାନେ କହିଛନ୍ତି ଯେ ସେମାନେ ଏହି ଅଧିବେଶନରେ ଯୋଗ ଦେବେ।
କଂଗ୍ରେସ୍ ପାର୍ଟିରୁ ବାହାରି ଆସିବାର ପରଠାରୁ ସଚିନ ପାଇଲଟ୍ ଏବଂ ୧୮ ଜଣ ବିଦ୍ରୋହୀ ବିଧାୟକ ଜୟପୁର ଫେରିବା ଲାଗି ପ୍ରଥମ କରି ସୁରକ୍ଷା ଲୋଡ଼ିଛନ୍ତି। ସେମାନେ ଅଧିବେଶନରେ ଯୋଗ ଦେବେ କି, ବୋଲି ପଚରା ଯିବାରୁ ଅନ୍ୟତମ ବିଦ୍ରୋହୀ ବିଧାୟକ କହିଲେ, ଆମେ ଅବଶ୍ୟ ଯୋଗ ଦେବୁ।
କିନ୍ତୁ, ସେମାନେ ଜୟପୁର ଫେରିବା ତାରିଖ ନିର୍ଦ୍ଧାରଣ କରାଯାଇ ନାହିଁ। ଅଧିବେଶନରେ ଯୋଗ ନ ଦେଲେ ବିଦ୍ରୋହୀମାନେ ଆପଣାଛାଏଁ ଅଯୋଗ୍ୟ ହୋଇଯିବେ। ବାଚସ୍ପତି ସିପି ଯୋଶୀ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଗ୍ରହଣ କରିଥିବା ପଦକ୍ଷେପ ବିରୋଧରେ ସମ୍ପ୍ରତି ସେମାନେ ରାଜସ୍ଥାନ ହାଇକୋର୍ଟରେ ଲଢୁଛନ୍ତି।
/sambad/media/post_attachments/wp-content/uploads/2020/07/rajsthan-2-1024x768.jpg)
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦାବି କରିଛନ୍ତି ଯେ, ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ତାଙ୍କ ପ୍ରତି ୧୦୨ ବିଧାୟକଙ୍କ ସମର୍ଥନ ରହିଛି। ଅର୍ଥାତ୍ ସଂଖ୍ୟା ଗରିଷ୍ଠତା ହାସଲ ଠାରୁ ଗୋଟିଏ ଅଧିକ।
ବିଦ୍ରୋହୀମାନେ ଦାବି କରିଛନ୍ତି ଯେ, ସେମାନଙ୍କ ପଟରେ ପ୍ରାୟ ୩୦ ବିଧାୟକ ଅଛନ୍ତି। ଯଦି ସେମାନେ ଅଧିବେଶନରେ ଯୋଗ ଦେଇ କଂଗ୍ରେସ ସରକାରଙ୍କ ବପକ୍ଷରେ ଭୋଟ୍ ଦିଅନ୍ତି, ଅଶୋକ ଗେହଲଟ୍ ବଡ଼ ସମସ୍ୟାରେ ପଡ଼ିଯିବେ। ନିୟମ ଅନୁସାରେ, ଦଳର ହୁଇପ୍କୁ ଅମାନ୍ୟ କଲେ ବିଦ୍ରୋହୀମାନେ ଅଯୋଗ୍ୟ ହେବେ, ମାତ୍ର ତା’ ପୂର୍ବରୁ ସରକାର ଭାଙ୍ଗି ସାରିଥିବ।