ତେଲ ରାଜନୀତିରେ ସାମିଲ ହେଲା କଂଗ୍ରେସ : ପେଟ୍ରୋଲ ପମ୍ପରୁ ଚିରିଲେ ମୋଦିଙ୍କ ଫଟୋ
କଂଗ୍ରେସକୁ ଛାଡି ବିଜେଡିକୁ ବିବାଦକୁ ଟାଣିଲା ବିଜେପି
ଭୁବନେଶ୍ୱର : ଗତକାଲି ଥିଲା ବିଜେଡିର ପାଳି। ପେେ଼ଟ୍ରାଲ ପମ୍ପ ସାମ୍ନାରେ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତା ପ୍ରତୀକାତ୍ମକ ଆନ୍ଦୋଳନ ଜରିଆରେ ଲୋକଙ୍କୁ କେନ୍ଦ୍ର ବିରୋଧରେ ମତାଇଥିଲେ। ଆଜି କଂଗ୍ରେସ କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଭିନ୍ନ ଧରଣର ବିକ୍ଷୋଭ କରିଛି। ପ୍ରଦେଶ ଯୁବ କଂଗ୍ରେସ ନେତାମାନେ ରାଲି କରି ପେଟ୍ରୋଲ ଟାଙ୍କିମାନଙ୍କରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଚିରି ଫିଙ୍ଗିଦେଇଛନ୍ତି। ଏହି ଘଟଣାରେ କିଛି ଯୁବ କଂଗ୍ରେସ ନେତାଙ୍କୁ ପୁଲିସ ଗିରଫ କି କରିଛି। ଅନ୍ୟପଟରେ ଗତକାଲି ଭଳି ଆଜି ବି ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ନେତାମାନେ କହିଛନ୍ତି, ଶାସକ ବିଜେଡିର ନିର୍ଦ୍ଦେଶରେ କଂଗ୍ରେସ କାଯ୍ୟର୍ କରୁଛି। ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିରେ ଭୟଭୀତ ହୋଇପଡି ବିଜେଡି ବର୍ତମାନ କଂଗ୍ରେସକୁ ବ୍ୟବହାର କଲାଣି। କଂଗ୍ରେସ ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶାବାଡି।
ଉଲ୍ଲେଖଯୋଗ୍ୟ, ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ରାଜଭବନ ଓ ଡେଲ୍ଟା ଛକ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ପହଞ୍ଚିଥିଲା। ଯୁବ କଂଗ୍ରେସ ଦାବି କରିଥିଲା ସବୁ ଟାଙ୍କିରୁ ‘ଦର ବୃଦ୍ଧିର ପ୍ରତୀକ ମୋଦି’ଙ୍କ ଫଟୋ ହଟାଯାଉ। ଲୋକଙ୍କୁ ହନ୍ତସନ୍ତ କରୁଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ କେଉଁ ନ୍ୟାୟରେ ତେଲ ଟାଙ୍କିରେ ପ୍ରଦର୍ଶିତ ହେବ? ଏହା କେବଳ ହିଟଲରୀ ଶାସନର ଅନୁକରଣ। ’ଜନପ୍ରିୟ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶିତ ହୋଇପାରେ ମାତ୍ର ଜନ ଉତ୍ପୀଡ଼ନ କାର୍ଯ୍ୟରେ ଜୋରଜବରଦସ୍ତ ମୋଦିଙ୍କ ଫଟୋ ରଖିବାର ଅର୍ଥ କ’ଣ? ଉଭୟ ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଲୁଟେରା ବୋଲି ସାଧାରଣ ଜନତା ଅନୁଭବ କଲେଣି। ରାଜ୍ୟସାରା ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ନେତାମାନେ କହିଥିଲେ। କେବଳ ସେତିିକି ନୁହେଁ, ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ବର୍ଷିଥିଲେ କଂଗ୍ରେସ ନେତା। କହିଥିଲେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡ଼ି ଓ ବିଜେପି ସରକାର ‘ବାହାରେ କଳି ଓ ଭିତରେ କୋଳାକୋଳି’ ନୀତି ଆପଣାଇଛନ୍ତି।
ବିଜେପି ଏହାର ପ୍ରତିବାଦ କରିଛି। ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେପି ଏବେ ରାଜ୍ୟ ରାଜନୀତିରେ ଦ୍ୱିତୀୟ ବୃହତ୍ତମ ଦଳ। ରାଜ୍ୟବାସୀଙ୍କ ଦ୍ୱାରା କଂଗ୍ରେସ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାତ ହୋଇସାରିଛି । ବିଜେପିର ଶକ୍ତି ବୃଦ୍ଧିରେ ଭୟଭୀତ ହୋଇପଡି ଶାସକ ବିଜେଡି ବର୍ତମାନ କଂଗ୍ରେସକୁ ବ୍ୟବହାର କରି ବିଜେପି ବିରୁଦ୍ଧରେ ଜନ ଆକ୍ରୋଶ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି । ଆଉ ଏହାର ନେତୃତ୍ୱ ନେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ପଟ୍ରୋଲ ଦର ବୃଦ୍ଧି ନେଇ କଂଗ୍ରେସର ପୋଷ୍ଟର ଚିରା ଘଟଣା ସଂପୂର୍ଣ୍ଣଭାବେ ଶାସକ ବିଜେଡିର ପ୍ରାୟୋଜିତ କାଯ୍ୟର୍କ୍ରମ ଏବଂ ଆଜି ପୁଣି ଥରେ ଏହା ପ୍ରମାଣିତ ହୋଇଛି ।