ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନବୀନ ନିବାସରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି। ଏହି ଅବସରରେ ନିଜ ଗୀତର ଯାଦୁରେ ମତୁଆଲା କରୁଥିବା ହ୍ୟୁମାନ ସାଗର କହିଛନ୍ତି, ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହା କରିବି। ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।

Advertisment

ସୂଚନାଯୋଗ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଫଳରେ ଏଥିରୁ ବିଜେଡିକୁ ଲାଭ ମିଳିପାରେ। ଆଗାମୀ ନିର୍ବାଚନ ପ୍ରଚାର ସମୟରେ ହ୍ୟୁମାନଙ୍କୁ ବିଜେଡିର ପ୍ରଚାର ପଡ଼ିଆରେ ଦେଖିବାକୁ ମିଳିପାରେ।

publive-image

ସୁନଜରା ସୁନଜରା, ତୁ ମୋ ଲୈଲା ଭଳି ସୁପରହିଟ ଗୀତ ଗାଇ ଓଡିଶାବାସୀଙ୍କ ମନ କିଣିଥିବା ହ୍ୟୁମାନ ବିଜେଡିରେ ଯୋଗ ଦେବା ସହ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଓଲିଉଡ କଳାକାର ରାଜନୀତିରେ ପ୍ରବେଶ କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଭଳି ଓଲିଉଡ କଳାକାର ବିଜେଡିରେ ଯୋଗ ଦେଇଛନ୍ତି।

କେବଳ ବିଜେଡି ନୁହେଁ ବିଜେପିରେ ମଧ୍ୟ ଅନେକ ଓଲିଉଡର ଲୋକପ୍ରିୟ କଳାକାର ସାମିଲ ହୋଇଛନ୍ତି । ମିହିର ଦାସ, ଅପରାଜିତା, ମହେଶ୍ୱତା, ଅନୁ ଚୌଧୁରୀ ଓ ସଙ୍ଗୀତଜ୍ଞ ମନ୍ମଥ ମିଶ୍ର ପୂର୍ବରୁ ପଦ୍ମ ଧରିଛନ୍ତି ।