ନୂଆଦିଲ୍ଲୀ: ଜୟପ୍ରଦାଙ୍କୁ ‘ଅନାରକଲି’ ଆଖ୍ୟା ଦେଇ ସମାଜବାଦୀ ପାର୍ଟିର ନେତା ଆଜମ୍ ଖାଁ’ଙ୍କୁ ପୁଅ ଅବ୍ଦୁଲ୍ଲା ଆଜମ୍ ଖାଁ କହିଛନ୍ତି: ଅଲି ବି ଆମର, ବଜରଙ୍ଗବାଲିଙ୍କୁ ବି ଚାହୁଁଛୁ, କିନ୍ତୁ ଅନାରକଲି ଦରକାର ନାହିଁ।
ମୋଗଲ ସମ୍ରାଟ ଆକବରଙ୍କ ଦରବାରରେ ପ୍ରସିଦ୍ଧ ନୃତ୍ୟାଙ୍ଗନା ଥିଲେ ଅନାରକଲି। ଆକବରଙ୍କ ପୁତ୍ର ଜେହାଙ୍ଗୀରଙ୍କ ସହ ଭାବ କରିବାରୁ ଆକବର ତାଙ୍କୁ ଦଣ୍ଡିତ କରିଥିଲେ।
ଯୋଗୀ ଆଦିତ୍ୟନାଥଙ୍କର ବିବାଦୀୟ ମନ୍ତବ୍ୟ ‘ବିଜେପିର ବଜରଙ୍ଗବାଲି ଅଛନ୍ତି, ଅଲି ଆବଶ୍ୟକ ନାହିଁ’ର ଉପଲକ୍ଷ୍ୟ ଦେଇ ଅବ୍ଦୁଲ୍ଲା ଏ କଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଜେପି କ୍ଷମତାକୁ ଆସେ ଏହା ଦେଶର ଇତିହାସରେ ଆଉ ଏକ ଦାଗ କଳଙ୍କ ହେବ।
/sambad/media/post_attachments/wp-content/uploads/2019/04/jayaprada-1-300x169.jpg)
ତାଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ଜୟପ୍ରଦା ସୋମବାର ଦିନ କହିଛନ୍ତି: ତାଙ୍କ ମନ୍ତବ୍ୟ ଶୁଣି ମୁଁ ହସିବି କି, କାନ୍ଦିବି ବିଚାର କରି ପାରୁନି। ବାପ ଜେସନ, ପୁଅ ତେସନ। କିନ୍ତୁ ଅବ୍ଦୁଲ୍ଲା ଏମିତି କହିବ ମୁଁ ଭାବି ନ ଥିଲି। ସେ ଜଣେ ଶିକ୍ଷିତ ବ୍ୟକ୍ତି। ତାଙ୍କ ବାପା କହୁଛନ୍ତି ମୁଁ ଆମ୍ରପାଲି। ସେ କହୁଛନ୍ତି ମୁଁ ଅନାରକଲି। ସେମାନେ କ’ଣ ନାରୀଙ୍କୁ ଏଇ ଦୃଷ୍ଟିରେ ଦେଖନ୍ତି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/abdullah_azam.jpeg)