ଅକ୍ଟୋବର ୩୦ ତାରିଖରେ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରି ପାରନ୍ତି ରାହୁଳ

ହାଇଦ୍ରାବାଦ: ଅକ୍ଟୋବର ୨୬ ତାରିଖ ଦିନ ଦଳର ମୁଖ୍ୟ ଭାବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନିର୍ବାଚନ ଘୋଷଣା କରାଯିବ ବୋଲି ସୂଚନା ମିଳୁଛି। ସେହି ଦିନ ସାଙ୍ଗଠନିକ ନିର୍ବାଚନ ପରେ ଏହା ଘୋଷଣା କରାଯିବ ବୋଲି ଦଳର ହାଇକମାଣ୍ଡଙ୍କ ସୂତ୍ରରୁ ପ୍ରକାଶ। ଅକ୍ଟୋବର ୩୦ ତାରିଖ ଦିନ ରାହୁଳ ନିଜ ମାଆଙ୍କ ଠାରୁ ଦଳର ଲଗାମ ଧରିବାର ଦାୟିତ୍ୱ ଗ୍ରହଣ କରି ପାରନ୍ତି।

ଦଳର ଜାତୀୟତା ଗଠନ ନିମନ୍ତେ ଅତ୍ୟାବଶ୍ୟକ ସଙ୍ଗଠନ ପାଇଁ ସହାୟକ ହେବା ଆଶାରେ କଂଗ୍ରେସକୁ ପୁନଃସଙ୍ଗଠିତ କରିବାକୁ ତେଲେଙ୍ଗାନାଠାରେ ଏକ ଉପାୟ ଆରମ୍ଭ କରାଯାଇଛି। କାରଣ ଆନ୍ଧ୍ରପ୍ରଦେଶ ଅବିଭକ୍ତ ଥିବାବେଳେ ସେମାନଙ୍କ ଅବଦାନରେ ଉପା- ୨ ସଙ୍ଗଠିତ ହୋଇଥିଲା। ସମ୍ଭବତଃ ଦିଲ୍ଲୀ ଠାରେ ନଭେମ୍ବର ୯ ତାରିଖ ଦିନ ରାହୁଳଙ୍କ ଉପସ୍ଥିତିରେ ଟିଡିପିର ହାଇ ପ୍ରୋଫାଇଲ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୁମୁଲା ରେବାନାଥ ରେଡ୍ଡୀଙ୍କୁ ସାମିଲ କରାଇ ତେଲେଙ୍ଗାନାରେ ପାର୍ଟିର ଅଦ୍ଭୁଦୟ କରାଇବାକୁ ଦଳ ଆଶା କରୁଛି।

ସର୍ବାଧିକ ସମର୍ଥନ ଲୋଡ଼ିବାକୁ ରେବାନାଥଙ୍କ ଯୋଗଦାନକୁ ଏକ ବଡ଼ କାର୍ଯ୍ୟକ୍ରମ କରିବାକୁ ସବୁପ୍ରକାର ଉଦ୍ୟମ କରୁଛି ଆଶାବାଦୀ କଂଗ୍ରେସ। ସଦ୍ୟତମ ପରିବର୍ତ୍ତନ ରାଜ୍ୟରେ ଦଳର ଭାଗ୍ୟ ବଦଳାଇ ଦେବ ବୋଲି କଂଗ୍ରେସ ଏବେ ନିଶ୍ଚିତ।

ତେଲେଙ୍ଗାନା ଟିଡିପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କଂଗ୍ରେସରେ ଯୋଗ ଦେଉଛନ୍ତି। ଏହା ଲୋକମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେବ ଯେ ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିବ। ୨୦୧୯ରେ ଆମର ମିଳିତ ପ୍ରଚେଷ୍ଟା ସ୍ୱେଚ୍ଛାଚାରୀ ଟିଆର୍‌ଏସ୍‌ ସରକାରଙ୍କୁ ଧରାଶାୟୀ କରିବ ଏଥିରେ ସନ୍ଦେହ ନାହିଁ ବୋଲି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଉପାଧ୍ୟକ୍ଷ ମାଲ୍ଲ ରବି କହିଛନ୍ତି।

ସମ୍ବନ୍ଧିତ ଖବର