ସାବରିମାଲା ବିବାଦକୁ ନେଇ ତେଜିଲା ରାଜନୀତି: କେରଳ ସରକାର ଆୟାପ୍ପା ଭକ୍ତଙ୍କୁ ଅପମାନିତ କରିଛନ୍ତି ବୋଲି କହିଲେ ଅମିତ ଶାହା

ତିରୁବନନ୍ତପୁରମ୍‌: ସାବରିମାଲା ମନ୍ଦିର ପ୍ରସଂଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ସିଧାସଳଖ ଭାବେ କେରଳ ସରକାରଙ୍କୁ ଦାୟୀ କରିଛନ୍ତି। ସାବରିମାଳା ପ୍ରସଂଗକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଏ ନେଇ ଶାହା କହିଛନ୍ତି କି କେରଳ ସରକାର ଆୟାପ୍ପା ଭକ୍ତଙ୍କୁ ଅପମାନିତ କରିଛନ୍ତି। ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କୁ ସାବରିମାଲା ମନ୍ଦିରରେ ପ୍ରବେଶକୁ ରୋକୁଥିବା ବିକ୍ଷୋଭକାରୀଙ୍କ ସହ ତାଙ୍କ ଦଳ ଥିଲା ଓ ରହିଛି ବୋଲି ସେ ଜଣାଇଛନ୍ତି।

‘ବର୍ତ୍ତମାନ କେରଳରେ ଧାର୍ମିକ ବିଶ୍ୱାସ ଓ କେରଳ ସରାକାରଙ୍କ କ୍ରୁରତାକୁ ନେଇ ଏକ ସଂଘର୍ଷ ଚାଲିଛି। ଇତି ମଧ୍ୟରେ ଦୁଇ ହଜାରରୁ ଊର୍ଧ୍ୱ ବିଜେପି, ଆର୍‌ଏଏସ୍‌ ଓ ଅନ୍ୟାନ୍ୟ ସଂଗଠନର କର୍ମୀ ଗିରଫ ହୋଇ ସାରିଲେଣି। ବିଜେପି ଭକ୍ତମାନଙ୍କ ସମର୍ଥନରେ ଠିଆ ହୋଇ ରହିବ। ବାମ ସରକାର ସଚେତନ ରୁହନ୍ତୁ ବୋଲି କୁନୁରଠାରେ ଏକ ରାଲିରେ ଶାହା କହିଛନ୍ତି।

ଗତ ଦୁଇ ଦନି ଭିତରେ ହୋଇଥିବା ଗଣ ଗିରଫ ପରେ ଅମିତ ଶାହା କହିଛନ୍ତି ଯେ ‘ଜଣେ ନାସ୍ତିକ ସରକାର ହୋଇଥିବା ହେତୁ ସେ ଆଇନ୍‌ ନାମରେ ବହୁ ଖରାପ କାର୍ଯ୍ୟ କରୁଛନ୍ତି।’

ଭକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଶାହା କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ କରିବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଶାହା ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର