୭ ମାସ ପରେ ଲୋକସଭା ନିର୍ବାଚନ: ୩୦ ବର୍ଷ ଧରି ଏହି ଆସନକୁ ନିୟନ୍ତ୍ରଣରେ ରଖିଛନ୍ତି ଗୋଟିଏ ପରିବାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୭ ମାସ ପରେ ହେବ। ଏଥି ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କ ବିରୋଧରେ କଂଗ୍ରେସ ଓ ମହାମେଣ୍ଟ ରଣନୀତି ପ୍ରସ୍ତୁତ କରୁଛନ୍ତି। ମହାମେଣ୍ଟ କେତେ ସଫଳ ହେବ, ତାହା ମଧ୍ୟ କିଛି ଜଣାପଡୁ ନାହିଁ। ନକଟରେ ଦକ୍ଷିଣ ଭାରତର ତାମିଲନାଡୁରେ ବିରୋଧୀ ନେତାମାନେ ଏକାଠି ହୋଇଥିଲେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧିଙ୍କ ସ୍ମୃତିସଭା ଅବସରରେ ବିରୋଧୀ ନେତାମାନେ ଏକତ୍ର ହୋଇଥିଲେ। ସ୍ମୃତିସଭାରୁ ଯାହା ଜଣାପଡୁଥିଲା ବିଜେପି ବିରୋଧରେ ବିରୋଧୀ ନେତାମାନେ ଏକଜୁଟ ହେଉଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ ନିଜର ସ୍ଥିତିକୁ ନେଇ ରାଜନେତାମାନେ ସକ୍ରିୟ ହୋଇଛନ୍ତି। ଏଭଳି ସ୍ଥିତିରେ ୩୦ ବର୍ଷ ଧରି ହାଇଦ୍ରାବାଦ ଆସନରେ ନିଜର ଆଧିପତ୍ୟ ଜାରି ରଖିଥିବା ଓଓ୍ଵାଇସି ପରିବାର ପାଇଁ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ କ’ଣ ହେବ, ତାହା ସମୟ କହିବ। ଏହି ଆସନରେ ଭାରତୀୟ ଜନତା ପାର୍ଟି ଏକଦା ମୁକାବିଲା କରିଥିଲା କିନ୍ତୁ ପରାଜିତ ହୋଇଥିଲା। ଆଗାମୀ ନିର୍ବାଚନରେ ବିଜେପି ଏହି ଆସନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି।

ହାଇଦ୍ରାବାଦ ଲୋକସଭା ଆସନ ୧୯୮୪ରୁ ଓଓ୍ଵାଇସି ପରିବାର ନିୟନ୍ତ୍ରଣରେ ରହିଛି। ଅଖିଳ ଭାରତୀୟ ମଜଲିସ-ଏ-ଇତ୍ତେହାଦୁଲ(ଏଆଇଏମଆଇଏମ) ପାର୍ଟି ମୁଖ୍ୟ ଅସଦୁଦ୍ଦିନ ଓଓ୍ଵାଇସି ଏହି ଆସନରୁ ବର୍ତ୍ତମାନ ସାଂସଦ ଅଛନ୍ତି। ଓଓ୍ଵାଇସି ୨୦୦୪ରୁ ଏହି ଆସନରେ ସାଂସଦ ଅଛନ୍ତି। ଏହା ତାଙ୍କର ୩ୟ କାର୍ଯ୍ୟକାଳ। ଏହା ପର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କର ପିତା ୬ ଥର ସାଂସଦ ହୋଇଛନ୍ତି। ବର୍ଷ ୧୯୮୦ରେ ଶେଷ ଥର ପାଇଁ କଂଗ୍ରେସ ଏଠାରୁ ବିଜୟୀ ହୋଇଥିଲା। ବର୍ଷ ୧୯୮୪ ଠାରୁ ଏହି ଆସନରେ ଓଓ୍ଵାଇସି ପରିବାର ରାଜୁତି କରି ଆସୁଛି।

ସମ୍ବନ୍ଧିତ ଖବର