ବିଜେଡିରେ ମିଶିଲେ ମୟୂରଭଞ୍ଜର ଅନ୍ୟ ଦଳ ନେତା

ଭୁବନେଶ୍ୱର : ପୂର୍ବତନ ବିଧାୟକ କାହ୍ନ ସୋରେନ୍‌ଙ୍କ ସହ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ, ଜେଏମ୍‌ଏମ୍‌ ଓ ବିଜେପିର ହଜାରରୁ ଅଧିକ କର୍ମୀ ଆଜି ବିଜେଡିରେ ସାମିଲ୍‌ ହୋଇଛନ୍ତି। ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନେତାମାନଙ୍କୁ ସ୍ୱାଗତ କରିବା ସହ ମୟୂରଭଞ୍ଜରେ ବିଜେଡି ଆହୁରି ମଜବୁତ୍‌ ହେବ ବୋଲି ଆଶାପ୍ରକଟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ବୈଦ୍ୟନାଥ ସିଂହ, ଜେଏମ୍‌ଏମ୍‌ର ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଗା ହାଁସଦା, ଜାମଡ଼ା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ପ୍ରମୁଖ ବିଜେଡିରେ ଯୋଗ ଦେଇଥିଲେ। ଏହି ନେତାମାନେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଏକ ଶୋଭାଯାତ୍ରାରେ ନବୀନ ନିବାସ ଆସିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ସାନନ୍ଦ ମାର୍ଣ୍ଡି, ଗଣେଶ୍ୱର ପାତ୍ର, ମଙ୍ଗଲ ସିଂହ ମୁଦି, ଭାଦବ ହାଁସଦା, ସାଇବା ସୁଶିଲ ହାଁସଦା, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କ ସମେତ ଅନ୍ୟ ପର୍ଯ୍ୟବେକ୍ଷକ ଓ ଜିଲ୍ଲା କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର