ନୂଆଦିଲ୍ଲୀ : ବିଜେପିକୁ କେନ୍ଦ୍ରରୁ କ୍ଷମତାରୁ ହଟାଇବାପାଇଁ ଆଜି ୧୦୩ଫିଲ୍ମ ନିର୍ମାତା ଏକାଠି ହୋଇଛନ୍ତି। ଚଳଚିତ୍ର ନିର୍ମାତା ସଂଘର ୧୦୩ ଜଣ ସଦସ୍ୟ ଆସନ୍ତା‌ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ଭୋଟର୍‌ଙ୍କୁ ନିବେଦନ କରି ଏକ ମିଳିତ ବିବୃତି ଜାରି କରିଛନ୍ତି। ‘ଦେଶର ଗଣତନ୍ତ୍ର ସୁରକ୍ଷା’ ପାଇଁ ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଆର୍ଟିଷ୍ଟ୍‌ୟୁନାଇଟ୍‌ଇଣ୍ଡିଆ ଡଟ୍‌କମ୍‌ ୱେବସାଇଟ୍‌ରେ ଫିଲ୍ମ ନିର୍ମାତାମାନେ ଏହି ଅନୁରୋଧ କରିଛନ୍ତି। ଅନୁରୋଧ ପତ୍ରରେ ୧୦୩ ଜଣଙ୍କ ସ୍ବାକ୍ଷର ରହିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଜଣାଣୁଣା ଫିଲ୍ମନିର୍ମାତା ଭେଟ୍ରି ମାରନ୍‌, ଆନନ୍ଦ ପଟୱର୍ଦ୍ଧନ, ସନଲ କୁମାର , ଶଶିଧରନ, ସୁଦେବନ ସିଂହ ଚୌଧୁରୀ ଏବଂ ଗୁର୍ବିନ୍ଦର ସିଂହ ପ୍ରମୁଖ। ବିଜେପିର ଉଗ୍ର ଜାତୀୟତାବାଦ ଦେଶପାଇଁ ବିପଦ ବୋଲି ସେମାନେ କହିଛନ୍ତି।