ଗଜପତି: ୨୬ରେ ବିଜେଡିରେ ଯୋଗଦେବେ ପାରଳା ରାଣୀ କଲ୍ୟାଣୀ ଦେବୀ 

ପାରଲାଖେମୁଣ୍ଡି: ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ପାରଲା ରାଣୀ କଲ୍ୟାଣୀ ଦେବୀ ବିଜେଡି ଦଳରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି। ସେ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରର ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ତଥା ଦଳର ହାଇ କମାଣ୍ଡଙ୍କୁ ଭେଟି ନିଜ ସମର୍ଥଙ୍କ ସହ ଦଳରେ ସାମିଲ ହେବେ। ଏ ସଂପର୍କରେ ନବୀନ ନିବାସରୁ ଆମନ୍ତ୍ରଣ ଆସିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

ରାଣୀଙ୍କ ନିକଟତମ ବ୍ୟକ୍ତି ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାଶ ସ୍ପଷ୍ଟ କରିଛନ୍ତି ଯେ, ୨୬ ତାରିଖରେ ୩୦୦ ସମର୍ଥଙ୍କ ସହ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ନବୀନ ନିବାସକୁ ଯାଇ ବିଜେଡିରେ ଯୋଗଦେବେ। ପୂର୍ବରୁ ୨୮ ତାରିଖରେ ମୂଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ ସମୟରେ ଗାରାବନ୍ଧ ସଭାରେ ଯୋଗଦେବା ପାଇଁ ଯୋଜନା ହୋଇଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ ହୋଇ ୨୬ ଆଗକୁ ଆସିଲା ବୋଲି ଶ୍ରୀ ଦାଶ କହିଛନ୍ତି। ସୂଚନାଯୋଗ୍ୟ ଯେ ରାଣୀ କଲ୍ୟାଣୀ ଦେବୀ ରାଜନୀତିରେ ପାଦ ଥାପିବା ନେଇ ଗଣ ମାଧ୍ୟମରେ ଜୋରରେ ଆଲୋଚନା ହେଉଥିଲା।

 

ସମ୍ବନ୍ଧିତ ଖବର