ଏଇ ଶନିବାର ନିର୍ବନ୍ଧ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ: ୧୫୦ ଅତିଥି ଦେବେ ଯୋଗ

ମୁମ୍ବାଇ: ନିଜ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ତେବେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆସନ୍ତା ଶନିବାର ପରିଣୀତି ଓ ରାଘବ ନିର୍ବନ୍ଧ କରିବାକୁ ଯାଉଛନ୍ତି। ସେମାନଙ୍କ ନିର୍ବନ୍ଧ ଦିଲ୍ଲୀରେ ହେବ ବୋଲି ଶୁଣିବାକୁ ମିଳୁଛି।

ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ଯୋଗ ଦେବେ ବୋଲି ସୂଚନା ରହିଛି। ତେବେ ସେ ଦୁହିଁଙ୍କ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆଶା କରାଯାଉଛି ଯେ ଏହି ବର୍ଷ ଶେଷ ସୁଦ୍ଧା ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି।

ପହରିଦିନ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌କୁ ଡିନର୍‌ ଡେଟ୍‌ରେ ଯାଉଥିବାର ଦେଖିବାକୁ ମିଳିଛି। ସେମାନଙ୍କୁ ଏକତ୍ର ଦେଖିବା ପରେ ବାହାଘର କେବେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ବି କରିଥିଲେ। ତେବେ ଏଯାଏ ବି ପରିଣୀତି ଓ ରାଘବ ସେମାନଙ୍କ ପ୍ରେମ ସଂପର୍କ କିମ୍ବା ନିର୍ବନ୍ଧ, ବିବାହ ଆଦି କୌଣସି ବି ବିଷୟରେ ପଦୁଟିଏ କହିନାହାନ୍ତି।

ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଥିବା ଖବର ପ୍ରକାଶ ପାଇଥିଲା। ତାପରେ ସେମାନଙ୍କ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକାଂଶ ସମୟ‌ରେ ଅନେକଗୁଡ଼ିଏ ପ୍ରଶ୍ନ ପଚାରିଥିଲେ ବି ସେମାନେ କେବେ ବି ନିଜ ସଂପର୍କକୁ ନେଇ କିଛି କହିନଥିଲେ। ସେବେଠାରୁ, ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର