ରାଘବ ଚଢ଼ାଙ୍କ ସହ ଡେଟିଂ ଖବର ମଧ୍ୟରେ ମନୀଷ ମଲହୋତ୍ରାଙ୍କ ଘରେ ନଜର ଆସିଥିଲେ ପରିଣୀତି, ହେଉଛି ଏପରି ଚର୍ଚ୍ଚା

ନୂଆଦିଲ୍ଲୀ: ଆଜିକାଲି ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ରାଘବ ଚଢ଼ାଙ୍କ ସହ‌ ପ୍ରେମ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା।  ନିକଟରେ ଅଭିନେତ୍ରୀ ମୁମ୍ବାଇରେ ରାଘବ ଚଢ଼ାଙ୍କ ସହ ନଜର ଆସିଥିବା ବେଳେ ସେମାନଙ୍କ ଡେଟିଂ ଖବର ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଥିଲା।

ଏହାରି ମଧ୍ୟରେ ଅନ୍ୟ ଏକ କଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ପରିଣୀତି। ନିକଟରେ ତାଙ୍କୁ ଫ୍ୟାସନ୍‌ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘର ବାହାରେ ଦେଖିବାକୁ ମିଳିଛି। ଯାହା ପରେ ସୋସିଆଲ ମିଡିଆରେ ତାଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିବାହ ପୋଷାକ ପାଇଁ ବରାଦ ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଥାଇ ପାରନ୍ତି ବୋଲି ଆଲୋଚନା ହେଉଛି।

ରବିବାର ଦିନ ପରିଣୀତି ଜଣାଶୁଣା ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ନଜର ଆସିଥିଲେ, ଏହା ପରେ ଅଭିନେତ୍ରୀଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। କ୍ୟାମେରାମ୍ୟାନ୍‌ ସେୟାର କରିଥିବା ଏକ ଭିଡିଓରେ ପରିଣୀତି ଚୋପ୍ରା ଏକ କଳା ପୋଷାକରେ ନଜର ଆସିଛନ୍ତି। ଏଥିସହିତ ତାଙ୍କୁ କ୍ୟାମେରାମ୍ୟାନ୍‌ଙ୍କ ସାମ୍ନାରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Viral Bhayani (@viralbhayani)

ଏହି ଭିଡିଓରେ ପ୍ରଶଂସକମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ଆଶା କରୁଛି ପୋଷାକ ଗୋଲାପୀ ରଂଗର ନ‌ୁହେଁ’। ଅନ୍ୟ ଜଣେ ଲେଖିଛନ୍ତି ଯେ ‘ମୁଁ ଆଶା କରୁଛି ସେ ତାଙ୍କ ବିବାହ ଦିନ କିଛି ଉଜ୍ଜ୍ୱଳ ଏବଂ ନାଲି ରଙ୍ଗର ପୋଷାକ ପିନ୍ଧିବେ।’  ଏହିପରି ଅନେକ ବ୍ୟବହାରକାରୀ ନିଜର ମତ ରଖିଛନ୍ତି।

ଆପଣ ଜାଣନ୍ତି ଯେ ରାଘବ ହେଉଛନ୍ତି ସର୍ବକନିଷ୍ଠ ସାଂସଦ। ତାଙ୍କୁ ନିକଟରେ ପରିଣୀତି ଚୋପ୍ରାଙ୍କ ସହ ଉଭୟ ରାତ୍ରିଭୋଜନ ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା। ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଲା। ମାତ୍ର ଏ ବ୍ୟାପାରରେ ରାଘବ କିମ୍ବା ପରିଣୀତି ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର