କାହା ପାଖକୁ ଯିବ କେନ୍ଦୁଝର ଜିଲ୍ଲାର ପାଟଣା ସିଂହାସନ?

ପାଟଣା, (ମହେଶ୍ବର ପୃଷ୍ଟି): ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ କିଏ ହେବ? ୫ ଥର ବିଧାୟକ ହୋଇଥିବା ହୃଷୀକେଶ ନାଏକଙ୍କ ମୁଣ୍ଡରେ ପୁଣି ଶିରିପା ବନ୍ଧା ହେବ ନା ଆଉ କିଏ? ନିର୍ବାଚନ େଯତିକି ପାେଖଇ ଆସୁଛି, ଏମିତି ଅେନକ ପ୍ରଶ୍ନ େଭାଟରଙ୍କୁ ଆନ୍ଦୋଳିତ କରୁଛି।

କେନ୍ଦୁଝର ଜିଲ୍ଲାର ୬ ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ପାଟଣା ବିଧାନସଭା କ୍ଷେତ୍ର ଆଦିବାସୀଙ୍କ ପାଇଁ ସଂରକ୍ଷିତ। ଗତ ଦୁଇଟି ନିର୍ବାଚନରେ ବିଜେଡିର ହୃଷୀକେଶ ନାଏକ ବିଜୟୀ ହୋଇଥିଲାବେଳେ ୨୦୦୦ ମସିହା ଓ ୨୦୦୪ ନିର୍ବାଚନରେ ବିଜେପିର ଗୌରହରି ନାଏକ ବିଧାୟକ ହୋଇଥିଲେ। ତେବେ ଏହି ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୫ ଥର ବିଭିନ୍ନ ସମୟରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ହୃଷୀକେଶ।

୧୯୮୦ ରେ ଜନତା ପାର୍ଟି(ଏସ୍‌)ରୁ ସେ ପ୍ରଥମେ ବିଧାୟକ‌ ହୋଇଥିଲେ। ଏହାପରେ ୧୯୮୫ ରେ ପଟ ପରିବର୍ତ୍ତନ କରି କଂଗ୍ରେସ ପ୍ରାର୍ଥୀ ଭାବେ ସେ ଦ୍ବିତୀୟ ଥର ନିର୍ବାଚିତ ହୋଇଥିଲେ। ୧୯୯୫ରେ ପୁଣି କଂଗ୍ରେସ ଟିକଟରେ ତୃତୀୟ ଥର ପାଇଁ ବାଜି ମାରିଥିଲେ ହୃଷୀକେଶ। ମଝିରେ ଦୁଇପାଳି ବିଜେପି ଖାତାକୁ ଚାଲିଯାଇଥିଲା ଏହି ଆସନ। ଏହାପରେ ପୁଣି ୨୦୦୯ ଓ ୨୦୧୪ରେ ହୃଷୀକେଶ ଟିକେଟ ହ‌ାତେଇବା ସହ ଲଗାତାର ଦୁଇଥର ବିଧାୟକ ହୋଇସାରିଲେଣି। ଖାଲି ସେତିକି ନୁହେଁ, ସଂପ୍ରତି ସେ ଜିଲ୍ଲା ଯୋଜନା େବାର୍ଡର ଅଧ୍ୟକ୍ଷ ପଦରେ ବି ଅଛନ୍ତି। ଚଳିତ ନିର୍ବାଚନରେ ବିଧାୟକ ହୃଷୀକେଶ ବିଜେଡିରୁ ଟିକେଟ ଆଶାୟୀ ଥିବାବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମଧ୍ୟ ବିଜେଡିରୁ ଟିକେଟ ପ୍ରତ୍ୟାଶୀ ଭାବେ ଉଭା ହୋଇଛନ୍ତି।

ପାଟଣା ନିର୍ବାଚନମଣ୍ଡଳୀରେ ମୋଟ ୧ଲକ୍ଷ ୭୫ ହଜାର ୧୦୪ ଜଣ ଭୋଟର ଥିଲାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ହୃଷୀକେଶଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେପିର ଭବାନୀଶଙ୍କର ନାଏକ। ପଞ୍ଚାୟତ ନିର୍ବାଚନରେ ପାଟଣା ନିର୍ବାଚନମଣ୍ଡଳୀରେ ବିଜେଡିର ଭୋଟ ପ୍ରତିଶତ କମିବା ପରଠାରୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ। ବିଧାୟକ ବିରୋଧୀ ଗୋଷ୍ଠୀ ମଧ୍ୟରୁ ବିନୋଦ ବିହାରୀ ନାଏକ, ଆଶିଷ ନାଏକ ମଧ୍ୟ ଅଶାୟୀ ଥିବା ଜଣାପଡ଼ିଛି।

ଏଠାରେ ଯଦି ମହିଳାଙ୍କୁ ବିଜେଡି ଟିକେଟ ଦେବାକୁ ବିଚାର କରେ, ତେବେ ବିଧାୟକଙ୍କ ଝିଅ ଶାନ୍ତିଲତା ନାଏକଙ୍କୁ ପ୍ରାର୍ଥୀ କରାଯାଇପାରେ େବାଲି ବିଧାୟକଙ୍କ ନିକଟତର ମହଲରୁ ସୂଚନା ମିଳିଛି। ସେହିପରି ପାଟଣା ବ୍ଲକ୍‌ ପୂର୍ବତନ ଉପାଧୢକ୍ଷା କନକଲତା ନାଏକ, ଭାମାମଣି ଦାସଙ୍କ ଭଳି ନାରୀନେତ୍ରୀ ମଧୢ ବିଜେଡି ଟିକେଟ ପାଇବାକୁ ଆଶା ରଖିଛନ୍ତି।

ବିଜେପିରୁ କେନ୍ଦୁଝର ପୂର୍ବତନ ସା˚ସଦ ତଥା ରାଜ୍ୟ ସାଧାରଣ ସ˚ପାଦକ ଅନନ୍ତ ନାୟକ ପାଟଣାରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାଏକ, ଗତ ନିର୍ବାଚନରେ ପ୍ରାର୍ଥୀ ଭବାନୀ ଶଙ୍କର ନାଏକ, ପୂର୍ବତନ ବିଧାୟକ ଗୌରହରି ନାଏକ ଓ ତାଙ୍କ ଶାଳକ ସାହାରପଡ଼ା ବ୍ଲକ୍‌ ପୂର୍ବତନ ଅଧୢକ୍ଷ ଗୌତମ ନାଏକ, ସତ୍ୟବ୍ରତ ନାୟକ, ନିତ୍ୟାନନ୍ଦ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧୢକ୍ଷା ମମିତା ନାଏକ, ଦଶମତୀ ଚାତାର, ପୂର୍ବତନ ସରପଞ୍ଚ ସୋମବାରୀ ମୁଣ୍ତା ମଧୢ ଆଶାୟୀ ଅଛନ୍ତି।

କ˚ଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ପାଟଣା ବ୍ଲକ୍‌ ପୂର୍ବତନ ଅଧୢକ୍ଷ ଗୌରହରି ନାଏକ, ଗତଥରର ପ୍ରାର୍ଥୀ ସନାତନ ନାଏକ, ମାନସି˚ ମୁଣ୍ତା, ବେଣୁଧର ନାଏକଙ୍କ ନାଁ ମଧୢ ଶୁଣାଯାଉଛି। ସେହିପରି ଜନସମୃଦ୍ଧି ପାର୍ଟିର ସାହାରପଡ଼ା ପୂର୍ବତନ ବ୍ଲକ୍‌ ଅଧୢକ୍ଷ ରବୀନ୍ଦ୍ର ନାଏକ, ସୁନୀଲ ନାଏକ, ଝୁମ୍ପୁରା ବ୍ଲକ୍‌ ଅଧୢକ୍ଷ ସୁଶାନ୍ତ ନାଏକ ମଧ୍ୟ ଆଶାୟୀ ଅଛନ୍ତି। ଦେଖିବା କଥା ଏଥର ପାଟଣାବାସୀ କାହାକୁ ବିଧାୟକ ଭାବେ ବାଛୁଛନ୍ତି?

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ହୃଷୀକେଶ ନାଏକ       ୪୪,୫୮୪
ବିଜେପି     ଭବାନୀ ଶଙ୍କର ନାଏକ  ୩୫,୭୪୧
ସନାସେନା ସମର୍ଥିତ ସ୍ବଧୀନ ପ୍ରାର୍ଥୀ   ଗୌରହରି ନାଏକ ୨୨,୪୩୦
କ˚ଗେସ     ସନାତନ ନାଏକ        ୨୦,୨୩୮

ସମ୍ବନ୍ଧିତ ଖବର